ବାହାରିପୁର ଗ୍ରାମରେ ନିମ୍ନ ମାନର କାମକୁ ନେଇ ଉତ୍ତେଜନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବାହାରିପୁର ଗ୍ରାମରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ। ନା ଅଛନ୍ତି ଯନ୍ତ୍ରୀ, ନା ଅଛନ୍ତି ବିଏଫଟି। ଏପରିକି କାମ ଆରମ୍ଭରୁ ସୂଚନା ଫଳକ ଲଗାଇବାର ନିୟମ ଥିଲେ ବି ବିନା ସୂଚନା ଫଳକରେ କାମ ହେଉଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବ୍ଲକ ପକ୍ଷରୁ ଲକ୍ଷାଧିକ ଟଙ୍କା ଯୋଗାଇ ଦିଆଯାଇ ଗାଁର ମନ୍ଦିର ସାହି ଭିତରେ  କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। ବାସ୍ତବ ପକ୍ଷେ କେତେ ଟଙ୍କାର ଅନୁଦାନ ଆସିଛି ସୂଚନା ଫଳକ ଲାଗି ନଥିବାରୁ ତାହା ଗ୍ରାମବାସୀ ଜାଣିପାରୁ ନାହାନ୍ତି। ବିଭାଗୀୟ ଯନ୍ତ୍ରୀ କିମ୍ବା ବିଏଫଟି ଙ୍କ ଅନୁପସ୍ଥିତିରେ ଏହି କାମ କରାଯାଉଛି। ସିମେଣ୍ଟ ଓ ଚିପିସ କମ ଭାଗ ଦିଆଯାଇ ଅତି ନିମ୍ନ ମାନର କାମ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉପଯୁକ୍ତ ମୋଟେଇ ରେ କାମ କରାଯାଉ ନଥିବାରୁ ଏହି ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଏନେଇ ଆଜି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ମାନେ ମିଳିତ ହୋଇ ବିଡ଼ିଓଙ୍କୁ ଅଭିଯୋଗ କରିବେ ବୋଲି ନିଷ୍ପତି ନେଇଥିବା ନିରାକାର ଜେନା, ବାବୁ ଜେନା, ରାଜୁ ଜେନା, ନାରାୟଣ ସ୍ୱାଇଁ, ଲଷ୍ମୀଧର ଜେନା, କଳାକାର ସ୍ୱାଇଁ, କୃପାସିନ୍ଧୁ ଜେନା, ବିଦେଶୀ ଜେନା, ନୀଳମଣି ସାହୁ, ମାଧବ ନାୟକ ପ୍ରମୁଖ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ