ସାପକାମୁଡାରେ ଗୁରୁତର ମଳୟରଞ୍ଜନକୁ ଅର୍ବାନବ୍ୟାଙ୍କର ସହାୟତା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଅର୍ବାନକୋପରେଟିଭ ବ୍ୟାଙ୍କ ପକ୍ଷରୁ ସାପକାମୁଡାରେ ଗୁରୁତର ହୋଇପଡିଥିବା ମଳୟରଞ୍ଜନଙ୍କୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ କ଼ୁଶିଆପାଳ ପଞ୍ଚାୟତର ବାଲିପାଟଣା ଗ୍ରାମର ମିଟୁନ ଦାସଙ୍କ ପୁଅ ମଳୟରଞ୍ଜନ ଦାସ(୧୫)ଙ୍କୁ କିଛିଦିନ ତଳେ ଏକ ବୋଡା ସାପ କାମୁଡି ଦେଇଥିଲା। ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ଏବେ ସାପକାମୁଡିଥିବା ଗୋଡର ଘା ନସୁଖିବାରୁ ସେ ଚାଲିପାରୁନାହାନ୍ତି। ତାଙ୍କର ବାପା ଜଣେ ରୋଷେୟା ଭାବେ କାମ କରନ୍ତି। ଆର୍ଥିକ ଅନାଟନ ଯୋଗୁଁ ମିଟୁନ ତାଙ୍କ ପୁଅର ଚିକିତ୍ସା କରିବା କଷ୍ଟକର ହୋଇପଡିଛି। ତେଣୁ ସେ ଏସମ୍ପର୍କରେ ଅର୍ବାନ ବ୍ୟାଙ୍କର ସଭାପତିଙ୍କୁ ଜଣାଇଥିଲେ। ଏସମ୍ପର୍କରେ ଜାଣିବା ପରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ସଭାପତି ଗୁରୁପ୍ରସାଦ ମହାନ୍ତି ମଳୟରଞ୍ଜନଙ୍କ ଚିକିତ୍ସା ନିମନ୍ତେ ୫ହଜାର ଟଙ୍କାର (ଚେକ୍) ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସହାୟତା ପ୍ରଦାନ ସମୟରେ ନିର୍ଦ୍ଦେଶକ ସୁକାନ୍ତ ଦ୍ୱିବେଦୀ ଓ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।