ଧାନ କଳରେ ୟୁରିଆ ସାର କଳା ବଜାରୀ: ଚିନ୍ତାରେ ଚାଷୀ

କଲ୍ୟାଣସିଂହପୁର  (ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଏକ କୃଷି ଓ କୃଷକଙ୍କ ପାଇଁ ଭାତ ହାଣ୍ଡି କହିଲେ ଭୁଲ ହେବନାହିଁ। ଏହି ବ୍ଲକରେ ଚାଷ କାର୍ଯ୍ୟ ପାଇଁ ସାର ନିମନ୍ତେ ଆବଶ୍ୟକ ହୋଇ ପଡୁଥିବା ବେଳେ ସାରକୁ କଳାବଜାରୀ କରି ବେପାରୀ ଚୋରାରେ ଏକ ଧାନ କଳ ଭିତରେ ରଖି ନିର୍ଦନ୍ଦରେ ବେପାର ଚଲାଇଛି। ଶିକରପାଇ ଓ ବୁଡ଼ାଗୁଡା ମୁଖ୍ୟ ରାସ୍ତା ମଧ୍ୟରେ ଏକ ଧାନ କଳରେ ସରକାରୀ ଧାନ ରଖିବା ସହ ୧୪ଶହ ବସ୍ତା ୟୁରିଆ ସାର ରଖି ବେପାର ଚଲାଈଛି।ସରକାରୀ ମୂଲ୍ୟଠାରୁ ଚଯଷୀଙ୍କ ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ ଲାରିଛନ୍ତି। ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇ ଥିଲେ ମଧ୍ୟ ଅଲଗା ଗୋଦାମରେ ରଖିବାର ନିୟମ ରହିଛି। ସାର ସ୍ୱୀକୃତି ପ୍ରପ୍ତ ଦୋକାନ କରିବା ପୂର୍ବରୁ ଗୋଦାମର ଲାଇଭ ଲୋକେସନ ରହିବା କଡା କଡୀ ନିୟମ ରହିଛି। କିନ୍ତୁ ଧାନ କଳରେ ରଖିବାର ସେମିତି କିଛି ନିୟମ ନଥିବା ବେଳେ କୃଷି ଅଧିକାରୀ କିପରି ସ୍ୱୀକୃତି ପ୍ରଦାନ କଲେ ତାହା ସନ୍ଦେହେ ଜନକ। ରଜ୍ୟ କୃଷି ନିର୍ଦେଶକଙ୍କ ଲାଇଭ ଲୋକେସନରେ ରହିବା କଥା। ଧାନ କଳ ର ସରକାରୀ ଧାନ କିଣିବା ବେଳେ ଯୋଗାଣ ବିଭାଗ ଗୋଦାମର ସ୍ଥିସ୍ତାବସ୍ତା ଦେଖି ଧାନ କିଣିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। କିନ୍ତୁ ସେହି ଗୋଟିଏ ଗୋଦାମରେ ଧାନ ଓ ସାର ରଖିବା ପାଇଁ କେମିତି ଅନୁମତି ପ୍ରଦାନ କଲେ ଉଭୟ ବିଭାଗ ଉପରେ ଚାଷୀ ସନ୍ଦେହେ ପ୍ରକାଶ କଲେଣି। ସରକାର ଜିରୋ ଟୋଲେରେର୍ଣ୍ଷ  ନୀତି ଅଵଲଂବନ କରୁଥିବା ବେଳେ ଏଠି କିପରି କାର୍ଯ୍ୟ କାରିତା ଉପରେ ସନ୍ଦେହେ ପ୍ରକାଶ କରିଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। ଉକ୍ତ ଧାନ କଳ ରେ ସାର ରଖି ଅଧିକା ଦରରେ ବିକ୍ରି କରି ଚାଷୀଙ୍କ ଠାରୁ ଶୋଷଣ କରିବା ପାଇଁ ଏକ ନିର୍ଜନ ସ୍ଥାନରେ ରଖି ବିକ୍ରି ଚଲାଇଛନ୍ତି ବେପାରୀ। ଉକ୍ତ ସାରକୁ ଏହି ବ୍ଲକରେ ବିକ୍ରି ନକରି କୋଲନରା ବ୍ଲକରେ କପା ଚାଷୀଙ୍କୁ ସାର ବିକ୍ରିକାରୀ ଗୁଣାକୁ ଦୁଇ ଗୁଣା ସୁଧ ଆଦାୟ କରିବା ପାଇଁ ଏହି ସାର ରଖା ଯାଇଥିବା ଚର୍ଚା ହେଉଛି।ଏମିତିକି ଗୋଟିଏ ପରିବାର କିଛି ଲୋକଙ୍କ ନାମରେ କୃଷି ବିଭାଗ ପକ୍ଷରୁ ଲାଇସେନ୍ସ କରି ଅଧିକ ସାର ଆଣି ଅଧିକା ଦାମରେ ବିକ୍ରି କରିବା ପାଇଁ ବେପାରୀଙ୍କ ଚାଲ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ଉକ୍ତ ଘଟଣା ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ