ଉତ୍କଳ ବେଲମା ସମାଜ ଚାରି ତାଲୁକାର ସାଧାରଣ ସଭା
ବୁଗୁଡା (ଅନୀଲ କୁମାର ମହାରଣା) : ଉତ୍କଳ ବେଲମା ସମାଜର ଘୁମୁସର ତାଲୁକା, ଧରାକୋଟ ତାଲୁକା, ଖାଲସା ତାଲୁକା ଓ ଆଠଗଡ଼ ତାଲୁକାର ସାଧାରଣ ବୈଠକ ବାଲିପଦର ଆସ୍କା ରୋଡ଼ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଜୁନ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାରାୟଣ ବେହେରା ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିବା ପରେ କୁଳଦୀପ ପ୍ରଜ୍ଜ୍ୱଳନ କରି ବିଭୁ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ଚାରି ତାଲୁକାର ୨୨ ଖଣ୍ଡ ପଲ୍ଲୀ କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇ ସମାଜକୁ ସୁଦୃଢ କରିବା ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ସ୍ଥିର କରାଗଲା। ସର୍ବସମ୍ମତି କ୍ରମେ ଚାରି ତାଲୁକା କମିଟିର ସଭାପତି ଭାବେ ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି – କବିରାଜ ନାୟକ, ସମ୍ପାଦକ – ନାରାୟଣ ବେହେରା, କୋଷାଧ୍ୟକ୍ଷ – ପ୍ରଫୁଲ ନାହାକ, କୁଳାଧିକାରୀ – ବାଳକୃଷ୍ଣ ନାୟକ ଓ ସୂର୍ଯ୍ୟକାନ୍ତ ନାୟକ ଏବଂ ଉପଦେଷ୍ଟା ଭାବେ କାମେଶ୍ବର ବେହେରା, ଭୀମସେନ ବେହେରା ଓ ପ୍ରଭାକର ପ୍ରଧାନ ନିର୍ବାଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋକରାମ ସାହୁ, ସୁବାଷ ଚନ୍ଦ୍ର ନାୟକ, ଜୟରାମ ନାୟକ, ଅନନ୍ତ ପ୍ରଧାନ, ବିପ୍ର ନାହାକ, ପଞ୍ଚାନନ ନାୟକ, କଂଗ୍ରେସ ପ୍ରଧାନ, ପ୍ରକାଶ ନାୟକ, ଦେବରାଜ ପ୍ରଧାନ, କାମେଶ୍ବର ବେହେରା, ନିରଞ୍ଜନ ପ୍ରଧାନ, ଦିବାକର ପ୍ରଧାନ, ସୁରେନ୍ଦ୍ର ବସ୍ତିଆ, ପ୍ରମୋଦ କୁମାର ନାୟକ, ନବଘନ ନାୟକ, ପ୍ରଫୁଲ ନାହାକ, କୃଷ୍ଣ ନାହାକ, ଗଣେଶ ଚନ୍ଦ୍ର ନାହାକ, ମନ୍ମଥ ପ୍ରଧାନ, ବାବୁ ନାହାକ, ଲିଙ୍ଗରାଜ ନାହାକ, ପଦ୍ମ ଚରଣ ବସ୍ତିଆ, ଭଗବାନ ମଳିକ, ବିଦ୍ୟାଧର ନାହାକ, ଦେବରାଜ ମଣ୍ଡଳ, ନାରାୟଣ ନାହାକ, ଅମୂଲ୍ୟ ନାହାକ, ମୁରଲୀ ବିଶ୍ୱାଳ, ଭକ୍ତ ନାହାକ, ସତ୍ୟନାରାୟଣ ନାହାକ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ବଳରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।