ଉତ୍କଳ କେଶରୀ ସାହିତ୍ୟ ସଂସଦର ବର୍ଷା କବିତା ଆସର
ବନ୍ତ,(ଚାନ୍ଦିନୀ ମହାନ୍ତି) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବନ୍ତ ବ୍ଲକ ଶ୍ରୀବନ୍ତପୁରସ୍ଥିତ ମା’ତାରିଣୀ ମନ୍ଦିର ପରିସରରେ ଉତ୍କଳ କେଶରୀ ସାହିତ୍ୟ ସଂସଦ ପକ୍ଷରୁ ବର୍ଷା କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପସଭାପତି ଅକ୍ଷୟ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା ଯୋଗ ଦେଇ ପବିତ୍ର ରକ୍ଷା ବନ୍ଧନ ଓ ଅକ୍ଷୟକ୍ରାନ୍ତୀ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କବୟିତ୍ରୀ ଦୀପ୍ତି ଦେବଦର୍ଶନୀ ସୂତାର ଓ ଲତା ପରିଡା ଉପସ୍ଥିତ ସମସ୍ତ କବିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ପ୍ରାରମ୍ଭରେ ଆବାହକ ଜଗନ୍ନାଥ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ ଓ କାର୍ଯ୍ୟକାରୀ ସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ କବି ରମାକାନ୍ତ ଜେନା, ସୁକାନ୍ତ କୁମାର ବେହେରା ଓ ଦୀପ୍ତି ଦେବଦର୍ଶନୀ ସୂତାରଙ୍କ ସଂଯୋଜନାରେ କବି ଚତୁର୍ଭୁଜ ପହି, ଜଗନ୍ନାଥ ପାତ୍ର, ଶଂଖାଳି ଚରଣ ରାଉଳ, ମୋହନ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ଲେଙ୍କା, ଦୀପ୍ତି ଦେବଦର୍ଶନୀ ସୂତାର, ଲତା ପରିଡା, ଅକ୍ଷୟ କୁମାର ଜେନା, କୀର୍ତ୍ତନ ଚରଣ ନାୟକ, ରବି ନାରାୟଣ ବିଶ୍ୱାଳ, ଅମୂଲ୍ୟ କୁମାର ମିଶ୍ର, ଭାଗବତ ସାହୁ, ପଦ୍ମନାଭ ରାଉତ, ସୁବୋଧ କୁମାର ସାହୁ, କାର୍ତ୍ତିକ ଚନ୍ଦ୍ର ପଣ୍ଡା, ଗୌରାଙ୍ଗ ଖିଲାର, ରମେଶ ଚନ୍ଦ୍ର ଗାହାଣ, ଅଭୟ କୁମାର ସାମଲ, ବାବାଜି ଚରଣ ଦଳେଇ, ବଳରାମ ଜେନା, ମହେଶ୍ୱର ଜେନା ପ୍ରମୁଖ ଯୋଗ ଦେଇ ସ୍ୱରଚିତ କବିତା ଆବୃତି କରିଥିଲେ । ଶେଷରେ ଗୌରାଙ୍ଗ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର ପୂଜକ ବୁଦ୍ଧଦେବ ଦାଶ, ଶ୍ରୀଧର ଜେନା ସହଯୋଗ କରିଥିଲେ ।