‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ
କଟକ, (ଓ୍ବାଇଏନଏସ) : ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ରବିବାର ପୂର୍ବାହ୍ନରେ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ, ସଂଗଠନ ସଂପାଦକ ଶଶିକାନ୍ତ ରାଉତ, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ବୈଜୟନ୍ତୀମାଳା ଶତପଥୀ, ମୀରା ବେଉରା, ଡକ୍ଟର ରଘୁ ସାହୁ, ରାଜକିଶୋର ସ୍ୱାଇଁ ଓ ଗୀତାଞ୍ଜଳି ପୃଷ୍ଟିଙ୍କ ସମେତ ଉମାଶଙ୍କର ମିଶ୍ର, ଗଜେନ୍ଦ୍ର କୁମାର ପାଣି, ବିଦ୍ୟୁତ କୁମାରୀ ଲାଲା, ଚୈତନ୍ୟ ରାଉତ, ଗୌତମ ଚନ୍ଦ୍ର କର, ଦୀନବନ୍ଧୁ ସାହୁ, ଅରୁଣ କୁମାର ଅଗ୍ରୱାଲା, ଉତ୍ତମ ଚରଣ ପ୍ରଧାନ, ଅଧ୍ୟାପକ କିଶୋର ଚନ୍ଦ୍ର ଦାସ, ଦେବାଶିଷ ସାମନ୍ତରାୟ, ଶରତ ଚନ୍ଦ୍ର ଦାଶ, ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ, ବଦ୍ରିକାନାଥ ଦାସ, ପ୍ରସନ୍ନ କୁମାର ଦାଶ, ମୈତ୍ରୀ ଭୂଷଣ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନାଦର୍ଶ ଓ ସାହିତ୍ୟକୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତି ସମେତ ଅନୁଷ୍ଠାନ ପରିସରରେ ଥିବା ସମସ୍ତ ପୂର୍ବସୂରୀ ସାରସ୍ୱତ ସାଧକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।


