ଉତ୍କଳମଣି ଶିଶୁ ସାହିତ୍ୟ ସମିତି ପକ୍ଷରୁ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି

 ହାଟଡିହି (ଓ୍ବାଇଏନଏସ) ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ତିଥି ପାଳନ ଅବସରରେ ତିଳ ତର୍ପଣ ଓ ଶ୍ରଦ୍ଧାଞ୍ଜଳି ସଭା ଶଂଖୋସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ହୋଇ ଯାଇଛି। ଉତ୍କଳମଣି ଶିଶୁ ସାହିତ୍ୟ ସମିତିର ସଭାପତି ରତ୍ନାକର ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମିତିର ସଂପାଦକ ନାରାୟଣ ସାହୁ,ଉପସଭାପତି ତଥା ପ୍ରଧାନ ଶିକ୍ଷକ  କ୍ଷେତ୍ରବାସୀ ମିଶ୍ର,ସହ ସଂପାଦକ ଭକ୍ତ ଚରଣ ଜେନା,ସଦସ୍ଯ ପଦ୍ମଲୋଚନ ପଳତା, ପ୍ରଭାକର ଦାସ,ହଟକିଶୋର ଜେନା,ରଂଗାଧର ପଳତା,ସାଗର କୁମାର ଜେନା,ବିଦ୍ୟାଧର ଜେନା,ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ତ୍ଯାଗ,ଦେଶପ୍ରେମ,ସାହିତ୍ଯ ସର୍ଜନା,ସଂସ୍କାରଧର୍ମୀ ଚିନ୍ତାଧାରା କୁ ବକ୍ତବ୍ଯ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ବାଢି ଥିଲେ।ଶେଷରେ ହଟକିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ