ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଉତ୍କଳମଣୀଙ୍କ ଜନ୍ମଦିବସ ପାଳିତ

ନାଉଗାଁ,(ଓ୍ବାଇଏନଏସ): ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମୋତ୍ସବ ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଏହି ଅବସରରେ ନାଉଗାଁ ବଜାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଭୂମିହୀନ ସ୍ୱାର୍ଥ ସୁରକ୍ଷା ସଂଗ୍ରାମ କମିଟିର ସଦସ୍ୟ ସୁବାସ ସ୍ୱାଇଁ, ଅଶୋକ ସ୍ୱାଇଁ, କୈଳାସ ପରିଡା, ସାର୍ଥକ ପରିଡା, କାହ୍ନୁ ଚରଣ ଭୋଇ, ବସନ୍ତ କୁମାର ଦାସ, ନୃସିଂହ କାଣ୍ଡୀ, ସମାଜସେବୀ ଗୌରାଙ୍ଗ ସ୍ୱାଇଁ ଆଦି ଉପସ୍ଥିତ ରହି ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ କୋକିଢିହସ୍ଥିତ ଚଗଲାଦାସ ମଠରେଏକ ସାଧାରଣ ସଭାର ଆୟୋଜନ କରିଥିଲେ। ଉକ୍ତ ସଭାରେ ଗୋପବନ୍ଧୁଙ୍କର ସରଳ, ନିରାମୟ, ଦେଶ ପାଇଁ ତ୍ୟାଗପୂତ ଜୀବନ ବିଷୟରେ ଆଲୋକପାତ କରାଯାଇଥିଲା। ସେହିପରି ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ