ମା ରତ୍ନମାଳୀ ହାଇସ୍କୁଲରେ ସାମୂହିକ ସ୍ୱରରେ ଗାନ ହେଲା “ବନ୍ଦେ ମାତରମ୍‍”

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶକ୍ରମେ ଜାତୀୟ ଯୁବ ଦିବସ ପାଳନ ଅବସରରେ ସୋମବାର ଆସିକା ଅଞ୍ଚଳର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସମବେତ ସ୍ୱରରେ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍‍ ଗାନ କରିଥିବା ଜଣାପଡିଛି । ୧୮୭୫ ମସିହାରେ ବଙ୍କିମ୍‍ ଚନ୍ଦ୍ର ଚଟୋପଧ୍ୟାୟଙ୍କ ଦ୍ୱାରା ଲିଖିତ ଭାରତର ରାଷ୍ଟ୍ର ଗୀତ ବନ୍ଦେ ମାତରମ୍‍କୁ ଶୁକ୍ରବାର ୧୫୦ ବର୍ଷ ପୂରଣ ହୋଇଛି । ଯୁବବର୍ଗଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଉଦ୍‍ଜିବୀତ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନେ ସମବେତ ସ୍ୱରରେ ଜାତୀୟ ଗୀତ ବନ୍ଦେ ମାତରମ୍‍ ଗାନ କରିଥିଲା ବେଳେ ଦେଶଭକ୍ତିର ଶିହରଣରେ ଶିକ୍ଷାନୁଷ୍ଠାନ ପରିସର ପ୍ରକମ୍ପିତ ହୋଇପଡିଥିଲା । ଆମର ଜାତୀୟ ଗୀତ ଭାବେ ସ୍ୱୀକୃତ ବନ୍ଦେ ମାତରମ୍‍ର ରଚୟିତା ହେଉଛନ୍ତି ବଙ୍କିମ୍‍ ଚନ୍ଦ୍ର ଚଟୋପଧ୍ୟାୟ । ଏହି ଗୀତଟି ୧୮୭୫ ମସିହା ନଭେମ୍ବର ମାସ ୭ ତାରିଖରେ ତାଙ୍କ ଲିଖିତ ଆନନ୍ଦ ମଠ ପୁସ୍ତିକାରେ ସଂଯୋଜିତ ହୋଇଥିଲା । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ସମବେତ ସ୍ୱରରେ ବନ୍ଦେ ମାତରମ୍‍ ଉତ୍ସାହ ଓ ଉଦ୍ଦୀପନାର ସହ ଗାନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ହାଇସ୍କୁଲ ପରିସରରେ ଏହି ଅବସରରେ ଅନୁଷ୍ଠିତ ସାମୂହିକ ବନ୍ଦେ ମାତରମ୍‍ ଗାନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର ଯୋଗଦେଇ ବନ୍ଦେ ମାତରମ୍‍ କେବଳ ଏକ ରାଷ୍ଟ୍ରଗୀତ ହୋଇଥିଲା ବେଳେ ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟର ସ୍ପନ୍ଦନ ଓ ଆତ୍ମା ବୋଲି ପ୍ରକାଶ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସାମୂହିକ ବନ୍ଦେ ମାତରମ୍‍ ଗାନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ରଶ୍ମିତା ମହାପାତ୍ର, ଗୋବିନ୍ଦ ପରିଡା, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ, ମହେଶ୍ୱର ଆପଟ, କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନାଙ୍କ ସମେତ ବହୁ ବିଦ୍ୟାର୍ଥୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ