ଟ୍ରେନ ଧକ୍କାରେ ଗାଡି ମାଲିକଙ୍କ ମୃତ୍ୟୁ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକ ଠାରୁ ୮ମିଟର ଦୂରତା ରେଳ ଧାରଣା ନିକଟରେ ମାଲ୍ ବାହୀ ଟ୍ରେନ ଧକ୍କାରେ ଜଣେ ଗାଡି ମାଲିକ ଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ପଞ୍ଚାୟତ ଗୋବର୍ଦ୍ଧନ ଗ୍ରାମର ରବିନାରାୟଣ ଦେଓ ଙ୍କ ପୁଅ ଲୋକନାଥ ଦେଓ(୩୫)।ସୂଚନାଅନୁସାରେ,ଲୋକନାଥ ଜଣେ ଗାଡି ମାଲିକ।ତାଙ୍କର ଦୁଇଟି ୧୪ ଚକିଆ ହାଇୱା ଟ୍ରକ୍ ଅଛି।ଗତକାଲି ସେ କାଦଗଡ ଗ୍ରାମର ଚାଷ ଜମି ଦେଖୁଵାକୁ(ଓଆର-ଜିର-୯-ଏନ-୧୫୫୫) ବାଇକ୍ ରେ ସେଠାକୁ ଆସିଥିଲେ।ରେଳ ଧାରଣା ବାମପାର୍ଶ୍ବରେ ବାଇକ୍ ରଖି ଯାଉଥିବାବେଳେ ମାଲ୍ ବାହୀ ଟ୍ରେନ୍ ତାଙ୍କୁ ଧକ୍କାଦେଇଥିବା ଜଣାପଡିଛି।ଫଳରେ ତାଙ୍କର ଶରୀର ଖଣ୍ତ ବିଖଣ୍ତିତ ହୋଇଯାଇଥିବାବଳେ ଘଟଣା ସ୍ଥଳରେ ଲୋକନାଥ ଙ୍କ ମୃତ୍ୟୁ ଘଟିଛି।ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ପଡିଥିବା ଦେଖିବା ପରେ ଖବର ପାଇ ରେଳବାଇ ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି।ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଲୋକନାଥ ଙ୍କ ଶବ ଚିହ୍ନିଥିଲେ।ଏନେଇ ରେଳବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ