କାଠ ବୋଝେଇ ଗାଡ଼ି ଜବତ :ଚାଳକ ଫେରାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବନବିଭାଗ କର୍ମଚାରୀ ବୃନ୍ଦ ଜକର ପଞ୍ଚାୟତ ତେଣ୍ଟୁଆପଡା ଚୈତନ୍ୟ ପ୍ରସାଦ ଗ୍ରାମ ରାସ୍ତାରେ ଏକ କାଠ ବୋଝେଇ ଟାଟା ଏସିଇ ଡାଲା ଅଟୋ କୁ ମଙ୍ଗଳବାର ସନ୍ଧ୍ୟାରେ ଜବତ କରିଛନ୍ତି । ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡ଼ା ସେକ୍ସନ ଅଧିନ ଏହି ଗ୍ରାମ ରାସ୍ତାରେ ବେଆଇନ ଭାବେ କାଠ ପଟା ଚୋରାଚାଲାଣ କରାଯାଉଥିବା ବନବିଭାଗ କୁ ଖବର ମିଳିଥିଲା । ବନବିଭାଗ ନୂଆପଡ଼ା ସେକ୍ସନ ଫରେଷ୍ଟର ଇ.ଗଣେଶ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଗାଡ଼ିର ପିଛା କରିଥିଲେ । ଏହି ସମୟରେ ଗାଡ଼ି ଚାଳକ ଜଣକ ଗାଡ଼ିଟି କୁ ରାସ୍ତାରେ ଛାଡ଼ିଦେଇ ସେଠାରୁ କୌଶଳ କ୍ରମେ ଚମ୍ପଟ ମାରିଥିଲେ। । ଖବରପାଇ ଦିଗପହଣ୍ଡି ରେଞ୍ଜର ଦିବ୍ଯରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚି କାଠ ବୋଝେଇ ଗାଡ଼ିକୁ ଜବତ କରିବା ସହ ଦିଗପହଣ୍ଡି କାର୍ଯ୍ୟାଳୟକୁ ଆଣିଥିଲେ। ଖବର ଲେଖା ହେବା ସୁଦ୍ଧା ବନବିଭାଗ ପକ୍ଷରୁ କେତେ ପରିମାଣର କାଠ ଜବତ ହୋଇଛି। ତାହାର ମୂଲ୍ୟ କେତେ ହୋଇପାରେ ସେ ନେଇ ବନବିଭାଗ ପକ୍ଷରୁ କୈାଣସି ସୂଚନା ମିଳିପାରିନଥିବା ବେଳେ କାଠ ବୋଝେଇ ଗାଡ଼ିଟି ଆନ୍ଧ୍ରପ୍ରଦେଶର ଇଚ୍ଛାପୁରରୁ ତେଣ୍ଟୁଆପଡା ଚୈତନ୍ୟ ପ୍ରସାଦ ଗ୍ରାମ କୁ ଆସୁଥିବା ନେଇ ସୂଚନା ମିଳିଛି ।