ଶ୍ରେଷ୍ଠ ବନପାଳ ଭାବେ ଭେଙ୍କଟ ରାମଣା ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କର୍ତ୍ତବ୍ୟ ସମ୍ପାଦନରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ଯୋଗୁଁ ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନର ବନପାଳ ବି.ଭେଙ୍କଟ ରାମଣାଙ୍କୁ ବିଶ୍ୱ ବନ ଦିବସ ଅବସରରେ ଶ୍ରେଷ୍ଠ ବନପାଳ ଭାବେ ପୁରସ୍କୃତ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ପାରଳା ବନଖଣ୍ଡ ଅଧିକାରୀ କେ.ନାଗରାଜୁ, ପାରଳା ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ଯକ୍ଷ ଗାବରା ତିରୁପତି ରାଓ, ଏସସିଏଫଓ ଅରୁଣ ସାହୁ ଓ ସାଇନିଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯେ,ଦେବଗିରି ବନାଞ୍ଚଳରେ ବନ୍ୟ ପ୍ରାଣୀ ସୁରକ୍ଷା, ବନୀକରଣ, ଲଣ୍ଡା ପାହାଡ଼ର ପୁନଃରୁଦ୍ଧାର, ବନାଗ୍ନି ନିୟନ୍ତ୍ରଣ ଏବଂ ଇକୋ-ଟୁରିଜିୟମ ଆଦି ବିଭିନ୍ନ କ୍ଷେତ୍ରରେ ଉତ୍ସର୍ଗିକୃତ ଭାବେ କାର୍ଯ୍ୟ କରି ଆସୁଥିବା ଯୋଗୁଁ ବନପାଳ ଭେଙ୍କଟା ରାମଣାଙ୍କୁ ପୁରସ୍କୃତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ