ଫାଷ୍ଟ ଫୁଡ ଦୋକାନରୁ ବିଷଧର ନାଗସାପ ଉଦ୍ଧାର
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ବାବୁ ପୋଲାଇଙ୍କ ଫାଷ୍ଟ ଫୁଡ ଦୋକାନରୁ ଏକ ବିଷଧର ନାଗସାପ ଜୁଲାଇ ୨୬ ତାରିଖ ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମାଣିତରାର ମିଲ ଛକ ନିକଟରେ ବାବୁ ପୋଲାଇ ଏକ ଫାଷ୍ଟ ଫୁଡ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଶନିବାର ସନ୍ଧ୍ୟାରେ ଦୋକାନ ଭିତରେ ଏକ ସାପ ଦେଖି ମାଣିତରା ଗ୍ରାମର ସର୍ପ ଧରାଳି ସଞ୍ଜୟ କୁମାର ବିଶ୍ବାଳଙ୍କୁ ଖବର ଦେଇଥିଲେ। ଖବର ପାଇ ଶ୍ରୀ ବିଶ୍ୱାଳ ଫାଷ୍ଟ ଫୁଡ ଦୋକାନରେ ପହଞ୍ଚି କୌଶଳ କ୍ରମେ ନାଗ ସର୍ପକୁ ଧରି ଏକ ଜାରରେ ରଖି ଜଙ୍ଗଲରେ ଛାଡି ଦେଇଥିଲେ।