ଗୁରୁକୁଳ ଇଣ୍ଟରନ୍ୟାସ୍‌ନାଲ୍ ପବ୍ଳିକ ସ୍କୁଲରେ ବିଦ୍ୟାରମ୍ଭ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ଏନଏସି ଅନ୍ତର୍ଗତ ଖମ୍ବେଶ୍ୱରୀ ପାଟଣାରେ ସିବିଏସ୍‌ଇ ପାଠ୍ୟକ୍ରମ ମାଧ୍ୟମରେ ପରିଚାଳିତ ହୋଇ ଆସୁଥିବା ଗୁରୁକୁଳ ଇଣ୍ଟରନ୍ୟାସ୍‌ନାଲ୍ ପବ୍ଳିକ ସ୍କୁଲର ସମ୍ପାଦକ ତଥା ଶିକ୍ଷାବିତ୍ ହିମାଂଶୁ କରଙ୍କ ସଂଯୋଜନାରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୁରୁକୁଳ ଇଣ୍ଟରନ୍ୟାସ୍‌ନାଲ୍ ପବ୍ଳିକ ସ୍କୁଲକୁ ନୂଆଁକରି ନାମଲେଖାଇବାକୁ ଆସିଥିବା କୁନି କୁନି ବିଦ୍ୟାର୍ଥୀଙ୍କ ଉପସ୍ଥିତିରେ ଏକ ପୂଜାର୍ଚ୍ଚନା ତଥା ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁକୁଳ ଇଣ୍ଟରନ୍ୟାସ୍‌ନାଲ୍ ପବ୍ଳିକ ସ୍କୁଲ ପରିସରରେ ଅନୁଷ୍ଟିତ ହୋଇଥିବା ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାପତି ବି.ଶଙ୍କର ନାରାୟଣ ପାତ୍ର ଓ ସଂପାଦକ ହିମାଂଶୁ କର ପ୍ରମୁଖ ଯୋଗଦେଇ ଏହି ପୁରାତନ ଶିକ୍ଷାନୁଷ୍ଠାନର ଅତୀତ ଗୌରବ ଏବଂ ଐତିହ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିବା ସାଙ୍ଗକୁ ନବାଗତ ବିଦ୍ୟାର୍ଥୀମାନେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ କରିବା ସହ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଭଲ ପାଠ ପଢି ସୁନାଗରିକ ହେବାକୁ ଆହ୍ୱାନ କରିଥିଲେ । ଆସିକା ଗୁରୁକୁଳ ଇଣ୍ଟରନ୍ୟାସନଲ୍‍ ପବ୍ଳିକ ସ୍କୁଲରେ ଅନୁଷ୍ଠିତ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଶିକ୍ଷୟିତ୍ରୀ ଆର୍‍.ଜ୍ୟୋତ୍ସ୍ନା ରେଡୀ, ଶିବାନୀ କାମ୍ପ, ଗାୟତ୍ରୀ ମହାନ୍ତି, କମଳା ଆଚାରୀ, ବିଷ୍ଣୁପ୍ରିୟା ସାହୁ, ସେବିକା ଝୁମୁରି ବେହେରା, କର୍ମଚାରୀ ନିଳାଞ୍ଚଳ ସାମନ୍ତରାଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ଆରାଧନା କରି ନବାଗତ ବିଦ୍ୟାର୍ଥୀ ମାନେ ସେମାନଙ୍କ ବିଦ୍ୟାରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ବିଦ୍ୟାରମ୍ଭ ସଂସ୍କାରର ପ୍ରଥମ ଦିନରେ କୁନି କୁନି ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବଳ ଖୁସି ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା ବେଳେ ଏକ ଆନନ୍ଦମୟ ପରିବେଶ ମଧ୍ୟରେ ଶିଶୁମାନଙ୍କୁ ଚନ୍ଦନ ତିଳକ ଓ ପୁଷ୍ପ ସାଙ୍ଗକୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ