ଏସ୍.ସି.ବି ମେଡ଼ିକାଲର ପ୍ରଫେସରଙ୍କୁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
କଟକ, (ଓ୍ବାଇଏନଏସ): ଭିଜିଲାନ୍ସ ଜାଲରେ ଏସ୍.ସି.ବି ମେଡ଼ିକାଲର ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରା । ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସନାତନ ବେହେରାଙ୍କୁ ଧରିଲା ଭିଜିଲାନ୍ସ । ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ତେବେ ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ଆସିଛି । ସରକାରୀ କ୍ବାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଯିବାବେଳେ ଧରାପଡ଼ିଲେ । କାଠଗୋଲାସାହି-ମେଡିକାଲ୍ ରୋଡ୍ରେ କାବୁ କଲା ଭିଜିଲାନ୍ସ ଟିମ୍ । ସମସ୍ତ ଟଙ୍କା ଜବତ ସହ ଆସୋସିଏଟ୍ ପ୍ରଫେସରଙ୍କ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । କଟକ ମେଡିକାଲ ରୋଡସ୍ଥିତ କାଠଗୋଳାସାହିସ୍ଥିତ ବାସଭବନ ଆଡ଼କୁ ନିଜ ସ୍କୁଟି (ଓଡି ୦୫ ବିଏସ୍ ୭୩୦୯)ରେ ଆଗକୁ ବଢୁଥିବା ବେଳେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ଉ କରିଥିଲା। ଏତେ ଟଙ୍କା କେଉଁଠୁ ଆସିଲା ବୋଲି ପଚରାଯିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହି ଘଟଣା ପରେ ଭିଜିଲାନ୍ସ ବିଭାଗ ଶ୍ରୀ ବେହେରାଙ୍କ ୩ଟି ଠିକଣାରେ ଚଢ଼ଉ କରିଛି। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।


