ବିଜୟଙ୍କୁ ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଦାୟୀତ୍ୱ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବିଜୁ ଜନତାଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜୁ ଛାତ୍ର ଜନତାଦଳର ଛାମୁଆ ସଂଗଠକମାନଙ୍କୁ ନେଇ ନୂଆ ଟିମ୍ ଘୋଷଣା କରାଯଘାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଛାତ୍ର ନେତା ବିଜୟ କୁମାର ମଣ୍ଡଳ(ଜାନୁ)ଙ୍କୁ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବରୁ ଶ୍ରୀ ମଣ୍ଡଳ ବିଜେଡିର ଯୁବ ଓ ଛାତ୍ର ସଂଗଠନର ସ୍ୱଚାରୁରୂପେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହି ନିଯୁକ୍ତି ନିମନ୍ତେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ନିଯୁକ୍ତି ନେଇ ଶ୍ରୀ ମଣ୍ଡଳଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ