ବଞ୍ଚୋରେ’ବିକାଶ ବାହାନ ରଥ’ ପରିକ୍ରମା
ହାଟଡିହି (ବିକାଶ ବିଶ୍ବାଳ) ଆନନ୍ଦପୁର ଉପଖଣ୍ଡ ବଞ୍ଚୋରେ’ବିକାଶ ବାହାନ ରଥ’ ପରିକ୍ରମା କରିଛି। ବଞ୍ଚୋ ପଞ୍ଚାୟତ କାର୍ଯ୍ୟଳୟରେ ରଥ ପହଞ୍ଚିବା ପରେ ପଞ୍ଚାୟତ ବାସୀଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହିଳା ଏସ ଏସ ଜି ଗ୍ରୁପ ର ସଦସ୍ୟା ଓ ମିଶନ ଶକ୍ତିର ମା ମାନେ ବନ୍ଦାପନା କରି ଓ ଶଙ୍ଖ ହୁଳହୁଳି ମାଧ୍ୟମରେ ସ୍ବାଗତ କରିଥିଲେ। ଏଥିରେ ସରପଞ୍ଚ ପ୍ରସାନ୍ତ କୁମାର ରାଉତ, ନୋଡାଲ ଅଫିସର ଦୁଷ୍ମନ୍ତ କୁମାର ମଲ୍ଲିକ, ଯୋଗାଣ ବିଭାଗର ଡିଇଓ ଜୀବନ ରାଉତ , ପିଇଓ ଜୀତେନ୍ଦ୍ର କୁମାର ଜେନା, ବି.ଆର.ସି କାର୍ତ୍ତିକ ଚନ୍ଦ୍ର ପାତ୍ର, ଆବାସ ବିଭାଗର ଡିଇଓ ଆଲୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ନୂତନ ରେସନ କାର୍ଡ ବଣ୍ଟନ କରାଯାଇଥିଲା। ସରକାର ଆସିବା ଭିତରେ ବଞ୍ଚୋ ପଞ୍ଚାୟତରେ ଜଣଙ୍କୁ ଅନ୍ତର୍ଦୟ ଆବାସ ଯୋଜନାରେ ୩୦ ଜଣଙ୍କୁ ଘର ଯୋଗାଇ ଦିଆଯାଇଥିବା ବେଳେ ୪୦ଜଣଙ୍କୁ ବର୍ଦ୍ଧିତ ଭତ୍ତା, ୪୬ଜଣଙ୍କୁ ରେସାନ କାର୍ଡ ଓ ୩ଟି ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା କରାଯାଇଛି ବୋଲି ସରପଞ୍ଚ ପ୍ରସାନ୍ତ ରାଉତ ମତବ୍ୟକ୍ତ କରିଥିଲେ। ପରେ ‘ବିକାଶ ବାହାନ ରଥ’ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା।