୩ମିନିଟ ୨୦ସେକେଣ୍ଡରେ ୫୪୩ ଲୋକସଭା ଆସନର ନାମ କହି ବିକ୍ରମଦେବଙ୍କ ବିଶ୍ୱରେକର୍ଡ଼

ହାଟଡ଼ିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଞ୍ଚୋ ଗ୍ରାମର ବିକ୍ରମଦେବ ରାଉତରାୟ ମାତ୍ର ୫ମିନିଟରେ ଭାରତର ୫୪୩ ଲୋକସଭା ନିର୍ବାଚନ ମଣ୍ଡଳିକୁ ମାନଚିତ୍ରରେ ଚିହ୍ନଟ କରିବା ସହ ୩ମିନିଟ ୨୦ସେକେଣ୍ଡରେ ୫୪୩ ଲୋକସଭା ନିର୍ବାଚନ ମଣ୍ଡଳୀର ନାଁ କହି ଦୁଇ ଦୁଇଟି ବିଶ୍ୱରେକର୍ଡ଼ ହାସଲ କରିଛନ୍ତି । ଅହମଦାବାଦର ଜିନିୟସ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବରୁ ପୁନେର ଜଣେ ବ୍ୟକ୍ତି ଡକ୍ଟର ରାଜେଶ ସିରୋଦକର ୩ମିନିଟ ୩୦ସେକେଣ୍ଡରେ ୫୪୩ ଲୋକସଭା ଆସନର ନାମ କହି ବିଶ୍ୱରେକର୍ଡ ର ଅଧିକାରୀ ହୋଇଥିବା ବେଳେ ବିକ୍ରମ ତାଙ୍କୁ ଅତିକ୍ରମ କରି ୩ମିନିଟ ୨୦ସେକେଣ୍ଡ ଏହି ରେକର୍ଡ଼ ଅତିକ୍ରମ କରିଛନ୍ତି ସେହିପରି ବିନା ଲେଖାରେ ଥିବା ମାନଚିତ୍ରରେ ୫୪୩ ଯାକ ଲୋକସଭା ଆସନର ସ୍ଥାନକୁ ଚିହ୍ନଟ କରି ଅନ୍ୟ ଏକ ବିଶ୍ଵରେକର୍ଡ ର ଅଧିକାରୀ ହୋଇଛନ୍ତି। ତାଙ୍କୁ ଅଗଷ୍ଟ ପ୍ରଥମ ସପ୍ତାହରେ ଅହମଦାବାଦରେ ପୁରସ୍କାର ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯିବ ବୋଲି ସେ ସୁଚନା ଦେଇଛନ୍ତି। ବିକ୍ରମଦେବ ୧୯୭୧ ମସିହା ମେ ମାସ ୨୦ତାରିଖ ବଞ୍ଚୋ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ପେଶାରେ ସେ ଜଣେ ଚିତ୍ରଶିଳ୍ପୀ ଅଟନ୍ତି । ଗତକାଲି ସେ ଦୁଇ ଦୁଇଟି ବିଶ୍ୱ ରେକର୍ଡ଼ ରେକର୍ଡ କରିଛନ୍ତି। ତାଙ୍କର ଏଭଳି କଷ୍ଟଦାୟକ ଅଭ୍ୟାସ ୩ମାସ ଧରି ଜାରି ରହିଥିବା ବେଳେ ସେ ବିଶ୍ୱ ରେକର୍ଡ଼ କରିବାରେ ସଫଳ ହୋଇଛନ୍ତି । ବିକ୍ରମଦେବଙ୍କ ଏଭଳି ସଫଳତା ବଞ୍ଚୋ ଗ୍ରାମର ନାଁକୁ ବିଶ୍ୱ ଦରବାରରେ ପରିଚିତ କରାଇ ପାରିଥିବାରୁ ବଞ୍ଚୋ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି । ଏହି ଖୁସିରେ ବିକ୍ରମଦେବଙ୍କୁ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ହାଟଡ଼ିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ବିକ୍ରମଦେବଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ