ଦେଓକପୁଲିସ୍ଥିତ କ୍ରସର ପୁନଃ କାର୍ଯ୍ୟକ୍ଷମ ପାଇଁ ପଲ୍ଲୀସଭାରେ ସମ୍ମତି

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ତହସିଲ ଅନ୍ତର୍ଗତ ଦେଓକପୁଲି ଗ୍ରାମ ନିକଟସ୍ଥ ଭୀମନାଥ ଷ୍ଟୋନ କ୍ରସର ଗତ କିଛି ଦିନ ପୂର୍ବରୁ ପ୍ରଶାସନ ଦ୍ବାରା ବନ୍ଦ କରାଯାଇଥିଲା। କ୍ରସର ବନ୍ଦ କରାଯିବା ସମୟରେ ସେଠରେ କାର୍ଯ୍ୟରତ ଉକ୍ତ ଗ୍ରାମର ଅନେକ କର୍ମଚାରୀ ଓ ଦିନ ମଜୁରିଆ ସେମାନଙ୍କ ଜୀବନ ଜୀବିକାକୁ ନେଇ ସଂଶୟରେ ଥିଲେ। ପରେ ଦେଓକପୁଲି ଗ୍ରାମବାସୀ ମୁନିଗୁଡ଼ା ବ୍ଲକରେ ପହଞ୍ଚି ଏହି କ୍ରସରର ପୁନଃ କାର୍ଯ୍ୟକ୍ଷମ ପାଇଁ ଲିଖିତ ନିବେଦନ କରିଥିଲେ। ଗ୍ରାମବାସୀ ମାନଙ୍କ ନିବେଦନକୁ ଭିତି କରି ଶୁକ୍ରବାର ଉକ୍ତ ଗ୍ରାମରେ କୁମୁଡାବାଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବେହେରା ଓ କ୍ରସର ପରିଚାଳନା ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ଉପସ୍ଥିତିରେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା। ଏହି ପଲ୍ଲୀ ସଭାରେ କୁମୁଡାବାଲି ସରପଞ୍ଚ ପ୍ରତିନିଧି,ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନଙ୍କ ସହିତ ଗ୍ରାମର ଅନେକ ବରିଷ୍ଠ ନାଗରିକ,ଯୁବକ ଓ ଯୁବତୀ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ଅନେକ ଆପତ୍ତି, ଅଭିଯୋଗ ଓ ଦାବି ସବୁକୁ ବିଚାରକୁ ନିଆଯାଇ ଏହା ଉପରେ ବିଚାର ବିମର୍ଶ ହୋଇଥିଲା। ଭୀମନାଥ କ୍ରସର ପରିଚାଳନା ନିର୍ଦ୍ଦେଶକ ରାଜେନ୍ଦ୍ର ମହାପାତ୍ର ଗ୍ରାମବାସୀ ମାନଙ୍କ ସମସ୍ତ ନ୍ୟାର୍ଯ୍ୟ ଦାବିକୁ ମାନି ନେବା ସହିତ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଥିରେ ତିନୋଟି ସାହିର ଗ୍ରାମବାସୀଙ୍କ ସମସ୍ତ ଦାବି ଉଲ୍ଲେଖ ରହିବା ସହିତ ଉଭୟ ପକ୍ଷଙ୍କ ସମ୍ମତି ସୂଚକ ଦସ୍ତଖତ ମଧ୍ୟ ରହିବ ବୋଲି ଗ୍ରାମବାସୀଙ୍କ ଠାରୁ ଜଣାପଡିଛି। ସୂଚନା ଅନୁଯାୟୀ ଏ ବିଷୟକୁ ନେଇ ଗତ ୨୪-୧୨-୨୦୨୫ ତାରିଖ ଦିନ ଦେଓକପୁଲି ଗ୍ରାମର ଶତାଧିକ ଲୋକ ମୁନିଗୁଡ଼ା ବ୍ଲକରେ ପହଞ୍ଚି ଏହି କ୍ରସର୍ ପୁନଃ କାର୍ଯ୍ୟକ୍ଷମ କରିବାକୁ ଲିଖିତ ନିବେଦନ କରିବା ସହିତ ରାୟଗଡ଼ା ଜିଲ୍ଲାପାଳ, ଗୁଣୁପୁର ଉପଜିଲ୍ଲାପାଳ ଓ ମୁନିଗୁଡ଼ା ତହସିଲଦାରଙ୍କୁ ଲିଖିତ ଅବଗତ କରାଇଥିଲେ। ଗ୍ରାମର ବରିଷ୍ଠ ମାନଙ୍କ କହିବା କଥା ଭିମନାଥ କ୍ରସର ପୁନଃ କାର୍ଯ୍ୟକ୍ଷମ ହେଲେ ଏହି ଗ୍ରାମ ତଥା ଆଖପାଖ ଅଞ୍ଚଳର ଅନେକ ଯୁବକ ଯୁବତୀ ରୋଜଗାର କ୍ଷମ ହୋଇପାରିବେ,ଫଳରେ ସେମାନଙ୍କୁ ଦାଦନ ଖଟିବାକୁ ଆଉ ଅନ୍ୟ ରାଜ୍ୟକୁ ଯିବାକୁ ପଡିବ ନାହିଁ। ତେଣୁ ଏହି କ୍ରସର ପୁନଃ କାର୍ଯ୍ୟକ୍ଷମ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଗ୍ରାମବାସୀ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ