ଶାଳଣିଆଁ ଗ୍ରାମରୁ ପ୍ରଥମ ଓଏଏସ ପାଇଥିବା ଜଗନ୍ନାଥଙ୍କୁ ଗାଁ ତରଫରୁ ଭବ୍ୟ ସମ୍ବର୍ଦ୍ଧନା

ହାଟଡିହି,(ଓ୍ବାଇଏନଏସ) : ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମରୁ ପ୍ରଥମ ଓଏଏସ ପାଇଥିବା ଜଗନ୍ନାଥଙ୍କୁ ଗାଁ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି। ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ଜଗନ୍ନାଥ ସା ୨୪୩ତମ ସ୍ଥାନରେ ରହି ସଫଳତା ହାସଲ କରିବା ପରେ ଗ୍ରମରେ ଖୁସିର ଲହରୀ ଖେଳି ଯାଇଥିଲା। ଆଜି ଅପରାହ୍ନରେ ଜଗନ୍ନାଥ ଭୁବନେଶ୍ୱରରୁ ଗାଁ କୁ ଫେରୁଥିବା ଖବର ପାଇ ଶହ ଶହ ଗ୍ରାମବାସୀ ବିଷ୍ଟୁପୂର୍ ଗାଁ ନିକଟରୁ ଜଗନ୍ନାଥଙ୍କୁ ଏକ ଶୋଭାଯାତ୍ରାରେ ନେଇ ଶାଳଣିଆଁ ବଜାର ଓ ଗାଁ ପରିକ୍ରମା କରି ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କୁ କେଉଁ ବିଭାଗରେ ଅବସ୍ଥାପିତ କରିବେ ସେ ତ ଜାଣି ନାହାନ୍ତି। ତଥାପି ତାଙ୍କୁ ଯେଉଁ ବିଭାଗ ଦିଆଯିବ ସେ  ନିଷ୍ଠାର ସହ ସେ କାର୍ଯ୍ୟ ସମ୍ପାଦନ କରିବେ ବୋଲି କହିଛନ୍ତି। ଏଥିରେ ଗ୍ରାମର ଭମରବର୍ ସେଠୀ, ଅମରବର୍ ସେଠୀ, ବ୍ରହ୍ମାନନ୍ଦ ଜେନା,ଇନ୍ଦ୍ରମଣି ସା,ବିନୋଦ ବିହାରୀ ସା, ମୂରଲୀଧର ନାୟକ,ନିର୍ମଳ ସେଠୀ,ବିପିନି ବିହାରୀ କୁଆଁର,,ଅଭିମନ୍ୟୁ ମଲ୍ଲିକ,ଆଦିକନ୍ଦ ଜେନାଙ୍କ ସମେତ ବହୁ ଗ୍ରାମବାସୀ ସାମିଲ୍ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ