ରାତି ଅଧିଆ ଶିକ୍ଷକ ବଦଳିକୁ ନେଇ ମହୁଲପଙ୍ଖା ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

ହାଟଡିହି-(ଓ୍ବାଇଏନଏସ)  ହାଟଡିହି ବ୍ଲକ ମହୁଲପଙ୍ଖା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରାତି ଅଧିଆ ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ର ଛାତ୍ରୀଙ୍କ ସହିତ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।  ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ ଥିବାବେଳେ ୪୧ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଠାରେ ପୁର୍ବରୁ ୨ଜଣ ଶିକ୍ଷକ ଥିବାବେଳେ ଗତ କିଛିଦିନ ତଳେ ବିଦାୟୀ ସିଆରସିସି ରବି ନାରାୟଣ ଦାସ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। । କିନ୍ତୁ ସେ ଯୋଗଦେବାର କିଛି ଦିନ ପରେ ପୂର୍ବର ଶିକ୍ଷୟିତ୍ରୀ ଜଣକ ଆସୁଶସ୍ଥା ଯୋଗୁଁ ଛୁଟିରେ ପଳାଇଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରକାରୀ ଅଫିସ କାମ, ମଧ୍ୟାହ୍ନ ଭୋଜନ ଦାୟିତ୍ବ ବୁଝୁଥିବାରୁ ଜଣେ ମାତ୍ର ଶିକ୍ଷକରେ ସ୍କୁଲ ଟି ଚାଲୁଥିଲା। କିନ୍ତୁ ଅକସ୍ମାତ ଗତକାଲି ସହକାରୀ ଶିକ୍ଷକ ଜଣକୁ ଅନ୍ୟତ୍ର ବଦଳି କରି ନିଆ ଯିବାରୁ ଶିକ୍ଷାଦାନ ଠପ୍ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ ନେଇ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ମାନେ ଆଜି  ସ୍କୁଲ ଫାଟକରେ ତାଲା ପକାଇ ଛାତ୍ର ଛାତ୍ରୀଙ୍କ ସହିତ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ବଦଳି ବାତିଲ କରି ପୁନର୍ବାର ସେହି ଶିକ୍ଷକଙ୍କୁ ଫେରାଇ ଦିଆଯାଉ ବୋଲି ସ୍ନେହଲତା ଦେହୁରୀ, ପ୍ରସାନ୍ତ ନାଏକ, ଚିତ୍ତ ରଞ୍ଜନ ଗିରି, ବିରେନ୍ଦ୍ର ଦେହୁରୀ, ସମର ଦେହୁରୀ, ମିନତୀ ଦେହୁରୀ, ପ୍ରତିମା ଦେହୁରୀ, ପ୍ରଭାସିନୀ ନାଏକ, ବିକାଶ ସ୍ୱାଇଁ, ଦୀନବନ୍ଧୁ ପାତ୍ର, ବିଶ୍ଵ ବନ୍ଦିତା ମହାପାତ୍ର, ଗୀତାଞ୍ଜଳୀ ଦେହୁରୀ, ଗୀତାରଣୀ ଦେହୁରୀ, ସୁଶାନ୍ତ ନାଏକ, ରଜନୀ ଦେହୁରୀ, ସୁବାସ ନାଏକ ନିରଞ୍ଜନ ନାଏକ, ଚିଲିକା ପାତ୍ର ଯଶୋଦା ପ୍ରଧାନ, ମନୋରମା ଦାସ, ରାଜ କିଶୋର ନାଏକ, ଉଷାରାଣୀ ପିଙ୍ଗୁଆ ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଛନ୍ତି। ସଂପୃକ୍ତ ଶିକ୍ଷକଙ୍କୁ ନ ଫେରାଇବା ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ସେମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ