ଛାତ୍ରଙ୍କ ପାଠପଢ଼ାରେ ଉନ୍ନତି ସାଧିତ କରିଥିବା ଶିକ୍ଷକଙ୍କ ବଦଳି ବାତିଲ ନେଇ ଗଜପତି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଅମେଡ଼ା ହାଇସ୍କୁଲର ସହକାରୀ ଶିକ୍ଷକଙ୍କ ବଦଳି ବାତିଲ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ. ଗଜପତି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ପରେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଗ୍ରାମବାସୀମାନେ କହିଛନ୍ତିଯେ ବର୍ତ୍ତମାନ ହାଇସ୍କୁଲରୁ ବଦଳି କରାଯାଇଥିବା ସହକାରୀ ଶିକ୍ଷକ ଜଣେ ଉତ୍ତମ ଶିକ୍ଷକ ଅଟନ୍ତି. ସେ ଏଠାକୁ ଆସିବା ପର ଠାରୁ ହାଇ ସ୍କୁଲରେ ଛାତ୍ରମାନଙ୍କ ପାଠପଢାରେ ବେଶ ଉନ୍ନତି ସାଧିତ ହୋଇପାରିଛି. ଏପରି ନିୟମିତ ହାଇସ୍କୁଲକୁ ଆଜି ଛାତ୍ରଙ୍କ ପାଠ ପଢ଼ାରେ ଉନ୍ନତି କରିଥିବା ଏହି ସହକାରୀ ଶିକ୍ଷକଙ୍କୁ ଏଠାରୁ ବଦଳି କରାଯାଇଛି. ସମସ୍ତ ଛାତ୍ରଙ୍କ ଭବିଷ୍ୟତ ପାଠପଢାରେ ଉନ୍ନତି ଆଣିଥିବା ଏହି ସହକାରୀ ଶିକ୍ଷକଙ୍କ ବଦଳି ବାତିଲ ପାଇଁ ଗଜପତି ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧପତ୍ର ଦ୍ୱାରା ନିବେଦନ କରାଯାଇଛି.