୨ଟି ବାଲି ବୋଝେଇ ହାଇୱାକୁ ଧରି ପୋଲିସର ଜିମା ଦେଲେ ଗ୍ରାମବାସୀ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଅଲଣା-୨ରେ ଗୁରୁବାର ରାତିରେ ୨ଟି ବାଲି ବୋଝେଇ ହାଇୱାକୁ ଗ୍ରାମବାସୀ ଅଟକାଇ ପୋଲିସର ଜିମା ଦେଇଥିବା ଜଣାଯାଇଛି। ପ୍ରକାଶଯୋଗ୍ୟ ଯେ ବାଲି ବୋଝେଇ ଗାଡି ୨ଟି ଆସିବା ସମୟରେ ଉକ୍ତ ଗ୍ରାମର ଗ୍ରାମବାସୀ ଗାଡି ୨ଟିକୁ ଅଟକାଇଥିଲେ। ବାଲି କେଉଁ ସୌରାତରୁ ଆସିଛି ଓ କେଉଁ ସ୍ଥାନକୁ ଯିବ ସେ ବିଷୟରେ କୌଣସି ସଠିକ ତଥ୍ୟ ଗାଡି ଚାଳକ ପ୍ରଦାନ କରି ନଥିଲେ। ଚୋରା ବାଲିଗାଡି ସନ୍ଦେହ କରି ଗାଡି ୨ଟିକୁ ଗ୍ରାମବାସୀଙ୍କ ଦ୍ୱାରା ଅଟକା ଯାଇଥିଲା। ଥାନା ପକ୍ଷରୁ ଗାଡିକୁ ଜବତ କରିବା ସମୟରେ ଗାଡି ଚାଳକ ଟ୍ରାଜିଂଟ ପାସ ଦେଖାଇ ପାରି ନଥିଲେ। ବାଲି ସୌରାତରୁ ବାଲି ଉଠାଇବା ପାଇଁ ଇ-ଟ୍ରାଜିଂଟ ପାସ ବାଧ୍ୟତାମୂଳକ ରହିଥିବା ବେଳେ ସୌରତାକୁ ନେଇଥିବା ନିଲାମଧାରୀ ଟ୍ରାଜିଂଟ ପାସ ନ କାଟି ମନଇଚ୍ଛା ରାତିରେ ବାଲି ଚୋରା ଚାଲାଣ କରୁଥିବା ଜଣାଯାଇଛି। ଏପ୍ରସଙ୍ଗରେ ଥାନାଧିକାରୀ ପ୍ରଦୀପ୍ତ କାନୁନଗୋକୁ ପଚାରିବାରେ ତଦନ୍ତ ଜାରି ରହିଛି ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


