ଅଙ୍ଗନୱାଡ଼ି ସହାୟିକାଙ୍କ ଅନୁପସ୍ଥିତିକୁ ନେଇ ବିଡ଼ିଓ, ସିଡ଼ିପିଓଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ହାଟଡ଼ିହି (ଓ୍ବାଇଏନଏସ): ହାଟଡ଼ିହି ବ୍ଲକ ଢ଼େଙ୍କା ପଞ୍ଚାୟତ ଅଧୀନ ଡ଼ଙ୍ଗାଚୁଆ ଅଙ୍ଗନୱାଡ଼ି ସହାୟିକା କାର୍ଯ୍ୟରେ ଦୀର୍ଘଦିନ ହେଲା କାର୍ଯ୍ୟରେ ଅନୁପସ୍ଥିତ ରହିବାରୁ ଅଙ୍ଗନବାଡି ଛାତ୍ର ଛାତ୍ରୀ ମାନେ ଅସୁବିଧା ଭୋଗୁଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସହାୟିକା ପୂର୍ଣ୍ଣିମା ମୁର୍ମୁ ଗତ ୨୦୨୪ ଅକ୍ଟୋବର ମାସ ଠାରୁ ଅଦ୍ୟାବଧି କାର୍ଯ୍ୟରେ ଅନୁପସ୍ଥିତ ଅଛନ୍ତି। ଯାହା ଫଳରେ କୁନି କୁନି ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଠିକ ଭାବେ ଏବଂ ଠିକ ସମୟରେ ଆସିପାରୁ ନାହାଁନ୍ତି l ପିଲାମାନେ ଠିକ ସମୟରେ ମଧ୍ୟ ଖାଦ୍ୟ ଖାଇପାରୁ ନାହାଁନ୍ତି ଏବଂ ତା’ସହ ଦୂରରୁ ଆସୁଥିବା ପିଲା ମାନଙ୍କ ପାଇଁ ବିପଦ ଲାଗି ରହୁଛି l ଏହିଭଳି ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଗ୍ରାମର ଭାଦା ମାଝୀ, ଯସେଇ ମାଝୀ, ଧନେଶ୍ୱର ମାଝୀ, ଦିବାକର ମାଝୀ, ଚରଣ କିସ୍କୁ, ଫୁଲେଇ ମାଝୀ, ସୀତା ବେସ୍ରା, ସିନିଙ୍ଗ ବେସ୍ରା, ସାଲଖାନ ବେସ୍ରା, ରାତାର ମୁର୍ମୁ, ଶିବାନୀ ବେସ୍ରା, ମିର୍ଦା ମାଝୀ, ବାଲେମା ବେସ୍ରା, ସାଲମୀ ସୋରେନ, ସୁରୁ ବେସ୍ରା, ପୂର୍ଣ୍ଣ ବେସ୍ରା, ଭାଗବତ ମାଝୀ, ଅନୁପ କିସ୍କୁ, ଦାମୋଦର ମୁର୍ମୁ, ଅନିତା ମାଝୀ, ରାମଚନ୍ଦ୍ର ମାଝୀ, ବିକ୍ରମ ମାଝୀ, ଶାନ ମାଝୀ, କୁନାରାମ ମାଝୀ ପ୍ରମୁଖ  ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଏବଂ ସିଡ଼ିପିଓ ଉମାମଣି ମହାପାତ୍ରଙ୍କୁ ଭେଟି ଉକ୍ତ ସହାୟିକାଙ୍କ ବିରୁଦ୍ଧରେ  ଲିଖିତ ଅଭିଯୋଗ କରିବା ସହ ସହାୟିକା ପୂର୍ଣ୍ଣିମା ମୁର୍ମୁଙ୍କୁ ଚାକିରୀରୁ ବହିଷ୍କାର କରି ସେହି ସ୍ଥାନରେ ଅନ୍ୟଜଣେ ନୂତନ ସହାୟିକା ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି l ତେବେ ବ୍ଲକ ପ୍ରଶାସନ ସେଭଳି ସହାୟିକାଙ୍କ କାର୍ଯ୍ୟର ଅନିୟମିତତା ଉପରେ ତୁରନ୍ତ ତଦନ୍ତ କରି କୁନି କୁନି ପିଲାଙ୍କ ନିମନ୍ତେ ମୁଣ୍ଡ ଟେକିଥିବା ସମସ୍ୟାର ସମଧାନ କଲେ ପିଲାମାନେ ଉପକୃତ ହେବେ ବୋଲି ଅଭିଭାବକ ମାନେ କହିଛନ୍ତି  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ