ରାସ୍ତା ଉପରୁ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର ପାଇଁ ଗ୍ରାମବାସୀଙ୍କ ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମର ବିଶ୍ୱାଳ ସାହି ମୁଖ୍ୟ ରାସ୍ତା ଉପରୁ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ପ୍ରକାଶ ଯେ, ବିଶ୍ୱାଳ ସାହି ମୁଖ୍ୟ ରାସ୍ତା ଉପରେ ଦୀର୍ଘ ଦିନ ହେବ ଏକ ବିଦ୍ୟୁତ୍ ଖୁଣ୍ଟ ରହିଛି । ଫଳରେ ଗ୍ରାମବାସୀ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଜରୁରୀ ପରିସ୍ଥିତିରେ ଗ୍ରାମ ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିଟିଏ ଆସିପାରୁନାହିଁ । ଉକ୍ତ ସ୍ଥାନରୁ ବିଦ୍ୟୁତ୍ ଖୁଣ୍ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ଗ୍ରାମର ଭାଗିରଥି ରାଉତ, ବିଶ୍ୱନାଥ ଜେନା, ରଜତ ନାୟକ, ଶଶୀକାନ୍ତ ସେଠୀ, ଚନ୍ଦନ କୁମାର ନାୟକ, ତପନ କୁମାର ଜେନା, ଲିପୁନ କୁମାର ପାତ୍ରଙ୍କ ସମେତ ଗ୍ରାମବାସୀ ମାନେ ବନ୍ତ ଟିପିଏନଓଡିଏଲ ଅଫିସର ସହକାରୀ ପରିଚାଳକଙ୍କ ଠାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ