କେ.ବାଲିପାଳ ଅଞ୍ଚଳରେ ଟାୱାର ସମସ୍ୟା କାରଣରୁ ଗ୍ରାମବାସୀ ହନ୍ତସନ୍ତ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ‌‌‌ ଅନ୍ତର୍ଗତ କଅଁଳେଇବାଲିପାଳ ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଟାୱାର ସମସ୍ୟା କାରଣରୁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ଏ ଅଞ୍ଚଳ ତିନୋଟି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବାରୁ ସବୁବେଳେ ଉପେକ୍ଷିତ ହୋଇ ରହୁଛି । ଏହାକୁ ନେଇ ଅଞ୍ଚଳ ବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ତରଫରୁ କୌଣସି ପଦେକ୍ଷପ ନ ନିଆଯିବାରୁ ‌‌। ସମ୍ପର୍କିୟଙ୍କ ଯୋଗାଯୋଗ କରିବା ପାଇଁ ଗାଁର ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନେଟୱର୍କ ପାଉଥିବାରୁ ଘର ଦ୍ବାର ଛାଡି ପରିବାର ସଦସ୍ୟ ମାନେ ସେହି ସ୍ଥାନକୁ ଆସି ନିଜ ନିଜର ସମ୍ପର୍କୀୟ ଙ୍କ ସହିତ ଯୋଗାଯୋଗ କରିଥାନ୍ତି। ଏ ଅଞ୍ଚଳର ଅନେକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ସେମାନଙ୍କ ସହିତ ରାତି ସମୟରେ ଯୋଗାଯୋଗ ସମ୍ଭବ ହେବ ନାହିଁ। ସେଥିପାଇଁ ସନ୍ଧ୍ୟା ପୂର୍ବରୁ ଗ୍ରାମବାସୀ ନେଟୱର୍କ ପାଇଁ ଡହଳ ବିକଳ ହେଉଛନ୍ତି। ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିବାରୁ ରାତିରେ ବାହାରକୁ ଆସି ଯୋଗାଯୋଗ କରି ପାରିବା ସମ୍ଭବ ନୁହେଁ। ଏଠାରେ ନେଟୱର୍କ ଟାୱାର ସ୍ଥାପନ କରିବା ପାଇଁ  ଗ୍ରାମବାସୀ ଦାବି କରିଛନ୍ତି। ଏପରିକି ଆନନ୍ଦପୁର ବିଧାୟକ ମଧ୍ୟ ଚଳିତ ବିଧାନସଭାରେ ଏ ଅଞ୍ଚଳକୁ କିପରି ମୋବାଇଲ ନେଟୱାର୍କ ସେବା ପହଞ୍ଚାଯାଇ ପାରିବ ସେନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ