ଶିକ୍ଷକ ଅଭାବରୁ ବାରିଗାଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ: ଗଛ ମୂଳେ ହେଲା ଶିକ୍ଷାଦାନ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ ବାରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିକଟସ୍ଥ ଏକ ଗଛ ମୂଳେ ଶିକ୍ଷାଦାନ କରିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ୪ଜଣ ଶିକ୍ଷକ ଥିଲେ। କିନ୍ତୁ ଜଣେ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ନେଇଯିବାରୁ ଠିକ୍ ଭାବେ ଶିକ୍ଷାଦାନ ହୋଇପାରୁନି। ପ୍ରଧାନ ଶିକ୍ଷକ ଅଫିସ କାମରେ ବ୍ୟସ୍ତ ରହିଥିବାରୁ ଅନ୍ୟ ଦୁଇ ଜଣ ଶିକ୍ଷକ ୮ଟି ଶ୍ରେଣୀକୁ ଠିକ୍ ଭାବେ ଶିକ୍ଷାଦାନ କରିପାରୁ ନାହାନ୍ତି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍କୁଲ ପରିଚାଳନା କମିଟି ର ସଭାପତି ଶାନ୍ତିଲତା ଓଝା, ଙ୍କ ସମେତ ଅର୍ଜୁନ ନାହାକ, ଜୟନ୍ତୀ ରାଉତ, ରାଜେଶ ସହୁ, ଦୀପକ ବେହେରା, ହିମାଂଶୁ ଦାସ, ଫିନା ଦାସ, ତାରାକାନ୍ତ ସାହୁ, ଦେବଦତ୍ତ ପ୍ରଧାନ ପ୍ରମୁଖ ସ୍କୁଲରେ ତାଲା ପକାଇ ଦେଇଥିଲେ।ଗୟାଧର ସେଠୀ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲରେ ପହଞ୍ଚିବା ପରେ ଛାତ୍ର ଛାତ୍ରୀଙ୍କୁ ଧରି ମାନଙ୍କୁ ଧରି ନିକଟସ୍ଥ ଏକ ଗଛମୂଳେ ଶିକ୍ଷାଦାନ କରିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏଭଳି ଅନେକ ସ୍କୁଲ ଅଛି ଯେଉଁଠି କମ୍ ଶିକ୍ଷକ ଅଛନ୍ତି। କିନ୍ତୁ କେଉଁଠି ତାଲା ପଡୁନି। କିନ୍ତୁ ଯଦି କିଛି ସମସ୍ୟା ଦେଖାଦେଇଛି ତେବେ ପ୍ରଥମେ ଆମକୁ ଜଣାଇବା କଥା। କିନ୍ତୁ ସେପରି ନକରି ସ୍କୁଲରେ ତାଲା ପକାଇ ଗଛମୂଳେ ଛୁଆଙ୍କୁ ବସାଇବା ଠିକ ହୋଇନି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ