ଜିଲ୍ଲାପାଳଙ୍କୁ ଭେଟି ଜବର ଦଖଲ ଉଚ୍ଛେଦ ଦାବି କଲେ ଗ୍ରାମବାସୀ
ହାଟଡିହି,(ବିକାଶ ବିଶ୍ବାଳ) : ଜିଲ୍ଲାପାଳଙ୍କୁ ଭେଟି ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଛନ୍ତି ଦନେଇପୁର ଗ୍ରାମବାସୀ । ଦନେଇପୁର ଗ୍ରାମର ଲଙ୍କେଶ୍ଵର ମହାଦେବ ମନ୍ଦିରର ଜମିକୁ କିଛି ଲୋକ ଜବରଦଖଲ କରି ରଖିଥିବା ବେଳେ ଠାକୁରଙ୍କ ନିତିକନ୍ତି ହୋଇ ପାରୁନି। ବାରମ୍ବାର ଅଭିଯୋଗ ପରେବି ପ୍ରଶାସନ ଉକ୍ତ ଜବରଦଖଲ ହଟାଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ୪ଜଣ ବ୍ୟକ୍ତି ଜବର ଦଖଲ କରିଥିବା ବେଳେ ଜମି ଚିହ୍ନଟ ପରେ ଦୁଇଜଣ ଜବର ଦଖଲ ମୁକ୍ତ କରିଥିଲେ। କିନ୍ତୁ ଆଉ ଦୁଇଜଣ ବାଡ଼ ବୁଜି ଘେରାଉ କରି ରଖିଥିବା ଅମୂଲ୍ୟ ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ଗ୍ରାମବାସୀ ମାନେ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହାଟଡିହି ତହସିଲଦାର ତୁରନ୍ତ ଏ ନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।