ମୋବାଇଲ ଟାୱାର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପଡୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତ ଗଙ୍ଗଦା ଗ୍ରାମର ଏକ ମୋବାଇଲ ଟାୱାର ନିର୍ମାଣଙ୍କୁ ନେଇ ଗ୍ରାମବାସୀ ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ସୁଶାନ୍ତ ଜେନାଙ୍କ ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ପ୍ରତାପ ଦାସଙ୍କ ଜମିରେ ଏକ ମୋବାଇଲ ଟାୱାର ନିର୍ମାଣ କରାଯାଉଛି। ଉକ୍ତ ସ୍ଥାନରେ ଟାୱାର ନିର୍ମାଣ ହେଲେ ତାଙ୍କ ପରିବାର ପ୍ରତି ବିପଦ ସୃଷ୍ଟି ହେବ। ତତ୍ ସହିତ ଗ୍ରାମର ଅନ୍ୟ କିଛି ବ୍ୟକ୍ତିଙ୍କର ସମସ୍ୟା ସୃଷ୍ଟି ହେବ। ତେଣୁ ଉକ୍ତ ସ୍ଥାନରେ ଟାୱାର ନିର୍ମାଣ ନ କରିବାକୁ ଅଭିଯୋଗରେ ଦର୍ଶାଯାଇଛନ୍ତି। ଏସଂର୍ପକରେ ପ୍ରତାପ ଦାସଙ୍କ ମତାମତ ନେବା ପାଇଁ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।