ମାଣିବନ୍ଧକୁ ରାଜସ୍ବ ଗ୍ରାମ ଘୋଷଣା ଓ ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ

ବୁଗୁଡ଼ା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ତହସିଲ ଅନ୍ତର୍ଗତ ଅନ୍ତରପଡା ପଞ୍ଚାୟତର ମାଣିବନ୍ଧ ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ବହୁ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ସରକାର ପରିବର୍ତ୍ତନ ପରେ ଗ୍ରାମବାସୀଙ୍କ ଉଦ୍ୟମ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ରାଜସ୍ବ ବିଭାଗର ଅଧିକାରୀଙ୍କ ସହଯୋଗ ମାଣିବନ୍ଧ ଗ୍ରାମକୁ ରାଜସ୍ବ ଗ୍ରାମର ମର୍ଯ୍ୟାଦା ପାଇପାରିଛି। ବୁଗୁଡ଼ା ତହସିଲଦାର ତାପସ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଗ୍ରାମରେ ରାଜସ୍ବ ଗ୍ରାମ ଘୋଷଣା, ବିକାଶ ମୂଳକ ସଚେତନତା ସଭା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ୨୯/୦୧/୨୬ ତାରିଖ ଦିନ ମାଣିବନ୍ଧ ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା କରିଥିଲେ। ପୂର୍ବରୁ ଅନ୍ତରପଡା ଗ୍ରାମର ହାମଲେଟ ଭିଲେଜ ଭାବେ ଥିବା ମାଣିବନ୍ଧ ବର୍ତ୍ତମାନ ନିଜର ସ୍ବତନ୍ତ୍ର ପରିଚୟ ପାଇ ରାଜସ୍ବ ଗ୍ରାମ ହୋଇପାରିଛି। ଏହି ଗ୍ରାମର ବିକାଶ ମୋ ଦାୟୀତ୍ଵ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଏହାସହିତ ଗ୍ରାମର ୮୦ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏହି ଅବସରରେ ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ର, ବୁଗୁଡା ଆଇଆଇସି ସିଂତାଶୁ ଶେଖର ମାନ୍ଧାତା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନୀଳମାଧବ ଆଚାରୀ, ବାଲିପଦର ଫାଣ୍ଡି ଅଧିକାରୀ କେ ନିଳାଦ୍ରୀ ରେଡ୍ଡୀ, ଭଗବାନ ଜେନା, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଭୋଳ ଓ ରବିନ୍ଦ୍ର ପରିଡ଼ା, ଆଇନଜୀବୀ ନଟବର ଜେନା ଓ ସୁଶାନ୍ତ କୁମାର ଡାକୁଆ, ହର ପ୍ରସାଦ ସାହୁ, ଶାନ୍ତନୁ ନାୟକ ସମେତ ଗ୍ରାମର ଗ୍ରାମ୍ଯ ସଭାପତି ମଞ୍ଚାସିନ ଥିଲେ। ରାଜସ୍ବ ଗ୍ରାମ ଘୋଷଣା ପରେ ମାଣିବନ୍ଧ ଗ୍ରାମର ଜନସାଧାରଣ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ