ବେଆଇନ ବାଣବିକ୍ରିକୁ ଗ୍ରାମବାସୀଙ୍କ ବିରୋଧ: ଜିଲ୍ଲା ପ୍ରଶାସନକୁ ବାଣ ବିକ୍ରି ବନ୍ଦ ପାଇଁ ଅଭିଯୋଗ

ବେତନଟୀ (ଉଦିତ କୁମାର ପରିଡା ) : କିଛି ଦିନ ତଳେ ବୈଶିଙ୍ଗା ଥାନା ବାଛୁରୀପଡା ଗ୍ରାମରେ ବେଆଇନ ବାଣ ବିସ୍ଫୋରଣକୁ ନେଇ ମୟୁରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିଲା I ଏଥିରେ ସେହି ଗ୍ରାମର ଯୁବକ ଅନିଲ ଦାସଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ପରିବାରର ୩ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି I ଏହି ବେଆଇନ ବାଣ ବିକ୍ରିକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବା ସହ ଏହି ବେଆଇନ ବାଣବିକ୍ରି କୁ ସମ୍ପୂର୍ଣ ବନ୍ଦ କରିବାକୁ ନିର୍ବାଚିତ ପ୍ରତିନିଧି ପୁରୁଣିଆ ସରପଞ୍ଚ ସୁନ୍ଦର ମୋହନ ସିଂ, ସମିତି ସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ଦେବଦତ୍ତ ତିଆଡ଼ି ଶତାଧିକ ସ୍ଥାନୀୟ ଜନସାଧାରଣ ମିଶି ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି I ଥାନାଅଧିକାରୀ ଠାରୁ ଆରମ୍ଭ କରି ଏସ. ପି, ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି I ତେବେ ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ଙ୍କ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ଅଧିକାରୀ ଙ୍କ ସମେତ ବେତନଟୀ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା ରବିବାର ବୈଶିଙ୍ଗା ବାଛୁରୀପଡାରେ ବାଣ ବିକ୍ରି କରାଯାଉଥିବା ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଏହି ବେଆଇନ ବାଣ ପ୍ରସ୍ତୁତି ଏବଂ ବିକ୍ରି ଉପରେ ପ୍ରଶାସନ ରୋକ ଲଗାଇବାରେ ସଫଳ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ