ମଦ ବିକ୍ରିକୁ ଗ୍ରାମବାସୀଙ୍କ ବିରୋଧ, ନଷ୍ଟକଲେ ଦେଶୀ ଓ ବିଦେଶୀ ମଦ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡ଼ିହି ବ୍ଲକ ଅଁରା ଗ୍ରାମର ଗ୍ରାମବାସୀ ଅବାଧ ମଦ ବିକ୍ରିକୁ ବିରୋଧ କରିଛନ୍ତି। ଗ୍ରାମରେ ଦୀର୍ଘଦିନ ଧରି ଅବାଧ ମଦ ବିକ୍ରି ହେଉଥିଲା ବେଳେ ଅବକାରୀ ବିଭାଗ  ବିଭିନ୍ନ ସମୟରେ ଚଢ଼ାଉ କରୁଥିଲେ ମଧ୍ୟ ତାହର କୌଣସି ପ୍ରଭାବ ପଡ଼ୁନାହିଁ। ଯାମିନି ରେ ଆସି ପୁଣି ମଦ ବିକ୍ରି କରୁଛନ୍ତି। ଯାହାଦ୍ଵାରା ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇପାରୁ ନଥିଲା। ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଦୃଢ଼ ପ୍ରତିଜ୍ଞା ନେଇ ଅଁରା ଗ୍ରାମର କିଛି ଯୁବଗୋଷ୍ଠୀ, ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବା ସହ ଗତକାଲି ସନ୍ଧ୍ୟା ସମୟରେ ଗ୍ରାମର ୩ଟି ସ୍ଥାନରୁ ଜବତ କରିଥିବା ମଦକୁ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି। ବିଦେଶୀ ମଦ ବିକ୍ରି ଆଳରେ ଚୋରା ମହୁଲି ମଦ ବିକ୍ରି ବୃଦ୍ଧି ପାଇଥିବାରୁ ଅଳ୍ପ ବୟସ୍କ ଯୁବପୀଢ଼ି ମଦ୍ୟପାନ କରି ପଥଭ୍ରଷ୍ଟ ହେଉଛନ୍ତି। ମଦ ପାଇଁ ବିଭିନ୍ନ ପରିବାରରେ ଅଶାନ୍ତି ସୃଷ୍ଟି ହୋଇ ଭଲ ପରିବାର ନଷ୍ଟ ହେଉଥିଲା ବେଳେ ଗ୍ରାମବାସୀ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତା ଦିନରେ ଗ୍ରାମର ଅନ୍ୟାନ୍ୟ ସ୍ଥାନରେ ବିକ୍ରି ହେଉଥିବା ଅବାଧ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଗାଁକୁ ମଦମୁକ୍ତ କରିବା ପାଇଁ ଗ୍ରାମର ତୁଳସୀ ଦାସ, ରୀନା ଦାସ, ଉର୍ମିଳା ଦାସ, ଗୀତା ଦାସ, ତଅପୋଇ ଦାସ, କନକଲତା ଜେନା, ସସ୍ମିତା ମହାପାତ୍ର, ଲକ୍ଷ୍ମୀପ୍ରିୟା ବେହେରା, ଶାନ୍ତିଲତା ଖଣ୍ଡେଇ, ଗୀତାଞ୍ଜଳି ଜେନା, ଅଭିମନ୍ୟୁ ପରିଡ଼ା, ଅନିରୁଦ୍ଧ ନାୟକ, ନାରାୟଣ ଚନ୍ଦ୍ର ଦାସ, ଶ୍ରୀଧର ବେହେରା, ଯୋଗେନ୍ଦ୍ର ଜେନା, ଅର୍ଜୁନ ଜେନା, ବିନୋଦ ଖୁଣ୍ଟିଆ ମାନ କୁମାର ଦାସ, ଯୋଶବନ୍ତ ଜେନା, କାର୍ତ୍ତିକେଶ୍ୱର ଖଣ୍ଡେଇ, ରମାକାନ୍ତ ଦାସ, ଭୀମସେନ ଦାସ, ବିଦ୍ୟାଧର ଦାସ, ଦୁଃଶାସନ ଦାସ, ଅଶୋକ ଦାସ, ନବଘନ ଦାସ, କାର୍ତ୍ତିକେଶ୍ୱର ରାଜ,ପଦ୍ମନାଭ ଦାସ, ବିଜୟ ଦା, ସଞ୍ଜୟ ଦାସ, ଧବଳେଶ୍ୱର ଆଇଚ, ପ୍ରଶାନ୍ତ ଦାସ, ପ୍ରମୋଦ ନାୟକ, ଗୋପାଳ ପରିଡ଼ା, ଅଜୟ ଦାସ, ଆଲୋକ ଦାସ, କାଳନ୍ଦୀ ଖଣ୍ଡେଇ, ବବୁଲ ଖଣ୍ଡେଇ, ନରେନ୍ଦ୍ର ରାଉତ, ବିଶ୍ୱରଞ୍ଜନ ପରିଡ଼ା ପ୍ରମୁଖ ସଂକଳ୍ପ ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ