ବେଆଇନି ବାଲିଘାଟ ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

ହାଟଡିହି (ଓ୍ବାଇଏନଏସ): ବେଆଇନି ବାଲିଘାଟ ପାଇଁ ରାସ୍ତା ନିର୍ମାଣ ବେଳେ ମୂଲ୍ୟବାନ ଗଛ କଟାକୁ  ଗ୍ରାମବାସୀଙ୍କ ବିରୋଧ କରିଥିଲେ। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମାଇନିଙ୍ଗ ଓ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ। ଆଗାମୀ ସାତଦିନ ଭିତରେ ପଦକ୍ଷେପ ନନେଲେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଆଜି କରଗୋ ଳା ଗ୍ରାମର ଶତାଧିକ ଲୋକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ  ପୂର୍ବରୁ ଏଠାରେ ଲିଜ ବାଲିଘାଟ ଥିବାବେଳେ ପ୍ରଶାସନ ପକ୍ଷରୁ ତାହାକୁ ଏବେ ଲିଜ ଦିଆ ଯାଇ ନାହିଁ। ଗ୍ରାମବାସୀ ମାନେ ଜଙ୍ଗଲ ବିଭାଗ ସହଯୋଗରେ ୨୦୧୭ ମସିହାରେ  ହଜାର ହଜାର ଗଛ ଲଗାଇ ଏକ ସୁନ୍ଦର ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଥିଲେ।  କିନ୍ତୁ କିଛି ବ୍ୟକ୍ତି ବେଆଇନ ଭାବେ ବାଲି ଉତ୍ତୋଳନ କରିବାକୁ ଗତ ୭ ତାରିଖରେ ଏବେ ରାସ୍ତା ନିର୍ମାଣ କରିଛନ୍ତି। ଏପରିକି ଗ୍ରାମବାସୀଙ୍କ ଅଜାଣତରେ  ରାତିରେ ପଚାଶରୁ ଉର୍ଦ୍ଧ ଶାଗୁଆନ, ଶିଶୁ, ଆକାଶିଆ ଆଦି ଗଛକୁ ଓପାଡି ଦେଇଥିଲେ।   ଅନେକ ଗଛକୁ ଓପାଡି ନଦୀରେ ଭସାଇ ଦେଇଥିଲେ। ପରବର୍ତ୍ତୀ ସମୟରେ କାହାକୁ ଖାତିର ନକରି ବେଆଇନି ଭାବେ ବାଲି ଉତ୍ତୋଳନ ମଧ୍ୟ କରୁଛନ୍ତି। ଶହ ଶହ ଗାଡି ଯିବା ଆସିବା ଦ୍ୱାରା ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଏପରିକି ଗାଁ ଲୋକଙ୍କୁ ଧମକ ଚମକ ଦେଉଛନ୍ତି। ଦୁଇଦିନ ତଳେ ତହସିଲଦାର ଓ ମାଇନିଙ୍ଗ ଅଫିସର ଟ୍ରେଞ୍ଚ ଖୋଲିବାକୁ ଯାଇଥିବା ବେଳେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଫେରିଆସିଥିଲେ। ଯାହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଆଲୋକ ବେହେରା, ବିଜୟ ସାହୁ, ସୁଲି ଜେନା, ଅହଲ୍ୟା ସାହୁ, ରିତାଞ୍ଜଳୀ ସାହୁ, ଅର୍ଣ୍ଣପୂର୍ଣ୍ଣା ପଣ୍ଡା,  ଶୁଭଲଷ୍ମୀ ନନ୍ଦ, ଜଗବନ୍ଧୁ ଜେନା, ମୁରଲୀ ସେଠୀ, ଲକ୍ଷ୍ମୀନାରାୟଣ ନନ୍ଦ, ଜଗତ ନାରାୟଣ ଜେନା, ମହେନ୍ଦ୍ର ପଣ୍ଡl, ଅନ୍ତର୍ଯ୍ୟାମୀ ସାହୁ, ନଟବର ମହାରଣା, ବେଣୁ ଜେନା , ସୁଦର୍ଶନ ସାହୁ, ଶ୍ରୀଧର ଜେନା, ଗଣେଶ ଜେନା, ଗୋପାଳ ସେଠୀ, ଶୁକଦେବ ପଣ୍ଡା,ସୁବାଷ ଜେନା, କିଶୋର ଜେନା, ନାରାୟଣ ଓଝା, ନଟବର ବେହେରା, ଅଲେଖ ଜେନା, ନରହରି ପତି, ପରୀକ୍ଷିତ ଜେନା, ବଳରାମ ପଣ୍ଡା, କ୍ଷୀରୋଦ ସାହୁ, ନୀଳମଣି ଜେନା,ନରହରି ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଛନ୍ତି। ପ୍ରଶାସନ ତୁରନ୍ତ ବେଆଇନ ବାଲିଘାଟକୁ ବନ୍ଦ କରିବା ସହିତ ମୂଲ୍ୟବାନ ଗଛ ଓପାଡି ଥିବା ଓ ନଷ୍ଟ କରିଥିବା ଦୁର୍ବୁତ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଖବରପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ଧାରଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏସମ୍ପର୍କରେ ଉଚ କର୍ତ୍ତୃପକ୍ଷ ଙ୍କୁ ଜଣାଇ  ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ନୀଳ ମାଧବ ସୁନା କହିଛନ୍ତି। ରାତି ଭିତରେ ଟ୍ରେଞ୍ଚ ଖୋଳି ବାଲିଘାଟ ବନ୍ଦ ଦାବିରେ ବସି ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ