ପୋଖରୀ ଖୋଳିବା ପ୍ରତିବାଦରେ ତହସିଲଦାରଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର
ହାଟଡିହି (ବିକାଶ ବିଶ୍ବାଳ): ପୋଖରୀ ଖୋଳିବା ପ୍ରତିବାଦରେ ତହସିଲଦାରଙ୍କୁ ଦାବିପତ୍ର ଦେଲେ ଖେତୁଆଳି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ନନ୍ଦିପଦା ଗ୍ରାମର ଜଣେ ବ୍ୟକ୍ତି ଖେତୁଆଳି ଗ୍ରାମରେ କିଣିଥିବା ଏକ ନିଜସ୍ୱ ପଟାଭୂକ୍ତ ଚାଷଜମିରେ ପୋଖରୀ ଖୋଳି ବା ସହିତ କୁକୁଡ଼ା ଫାର୍ମ କରିବାକୁ ଯୋଜନା କରିଛନ୍ତି । କିନ୍ତୁ ସେଠାରେ ପୋଖରୀ ଖୋଳାଗଲେ ବର୍ଷାଦିନର ଉଦବୁଦ୍ ବର୍ଷାଜଳ ବାହାରକୁ ବାହାରି ନିଷ୍କାସନ ହୋଇ ପାରିବ ନାହିଁ। ଯାହାଦ୍ଵାରା ଗାଁର ୫୦ଏକରରୁ ଊର୍ଦ୍ଧ୍ବ ଚାଷଜମି ଜଳମଗ୍ନ ହେବା ସହ ଗାଁର ଅନେକ ଲୋକଙ୍କ ଘରେ ପାଣି ପଶିବା ଆଶଙ୍କା ଥିବାରୁ ଆଜି ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ହାଟଡିହି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗତବର୍ଷ ମଧ୍ଯ ପୋଖରୀ ଖୋଳିବାକୁ ଯିବାବେଳେ ଗାଁ ଲୋକେ ବିରୋଧ କରିବା ସହ ତତ୍କାଳୀନ ତହସିଲ ଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେତେବେଳେ ରାଜସ୍ବ ନୀରିକ୍ଷକ ଗାଁ କୁ ଯାଇ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଇଥିଲେ। ସେଠାରେ ଜଳ ନିଷ୍କାସନ ର ସୁବିଧା କରାଯାଇ ପୋଖରୀ ଖୋଳିଲେ କିଛି ଅସୁବିଧା ହୁଅନ୍ତାନି। ଯଦି ପ୍ରଶାସନ ଏନେଇ କିଛି ପଦକ୍ଷେପ ଗ୍ରହଣ ନକରେ ତେବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଗ୍ରାମଦେବବ୍ରତ ବେହେରା, ମାର୍କଣ୍ଡ ପ୍ରସାଦ ମହାପାତ୍ର, କାହ୍ନୁ ରାଉତ, ପ୍ରୀତିଲତା ମଲ୍ଲିକ, ବିନୋଦ ଜେନା, ଗଙ୍ଗାଧର ଜେନା, ଅଜୟ କୁମାର ରାଉତ, ବସନ୍ତ କୁମାର ରାଉତ, ରବୀନ୍ଦ୍ର ଓଝା, ବିଶ୍ଵନାଥ ଓଝା, ରାମଚନ୍ଦ୍ର ବେହେରା, ସନାତନ ବେହେରା, ସନ୍ତୋଷ କୁମାର ନାୟକ, ପଦ୍ମଲୋଚନ ଖୁଣ୍ଟିଆ, ଗଙ୍ଗାଧର ପଣ୍ଡା, ରତ୍ନାକର ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।