ଶିକ୍ଷୟତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବିଇଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ହାଟଡିହି (ବିକାଶ ବିଶ୍ବାଳ) ହାଟଡିହି ବ୍ଲକ ପଢିଆରିପଲ୍ଲୀ ପଞ୍ଚାୟତର ମହୁଲପଙ୍ଖା ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କ କାର୍ଯ୍ଯକଳାପରେ ଅତିଷ୍ଠ ହୋଇ  ଗ୍ରାମବାସୀ ମାନେ ଆଜି ବି.ଇ.ଓଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆଜି ୫୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସହିତ କାର୍ଯ୍ୟାଳୟ ଘେରାଉ କରି ଏବିଇଓ ଙ୍କୁ ଦାବିପତ୍ର ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ବିଦ୍ୟାଳୟର  ଶିକ୍ଷୟତ୍ରୀ ବବିତା ସାହୁ ମନଇଛା ସ୍କୁଲକୁ ଯିବାଆସିବା କରୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଉ ନାହାନ୍ତି  । ସବୁବେଳେ ମୋବାଇଲ ଧରି ସ୍କୁଲରେ ବୁଲୁଛନ୍ତିି। ଶିକ୍ଷା ଦାନସବୁ ଚୁଲିକୁ ଗଲାଣି। ଅଭିଭାବକ ମାନେ କହିବାରୁ ସେ ତାଙ୍କୁ ଧମକ ଚମକ ଦେଉଛନ୍ତି। ଗ୍ରାମବାସୀମାନେ ଏନେଇ ଦୁଇ ଦୁଇଥର ବିଇଓଙ୍କୁ ଜଣାଇଥିଲେ ବି କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଜୟ କୁମାର ନାହାକ, ସସ୍ମିତା ଦେହୁରୀ, ପ୍ରଭାସିନୀ ନାୟକ, ମନ୍ମଥ ଦେହୁରୀ, ସୁବାସ ନାୟକ, ସ୍ନେହଲତା ଦେହୁରୀ, ମନୋରମା ଦାସ, ରଞ୍ଜିତା ଦେହୁରୀ, ଗୀତାଞ୍ଜଳୀ ଦେହୁରୀ, ଝରଣା ଦେହୁରୀ, ଦୀନବନ୍ଧୁ ପାତ୍ର, ମିନତୀ ଦେହୁରୀ, ସୁମତି ପୁହାଣ, ଅନିତା ଦାସ, ରବି ନାରାୟଣ ଜେନା, ବନିତା ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଉ ବୋଲି ଦାବି କରିଥିଲେ। ଆଜି ଗ୍ରାମବାସୀ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଏବିଇଓ ତଥା ବି.ଆର.ସି.ସି ପ୍ରମୋଦ ନାୟକଙ୍କୁ ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଥିଲେ। ବିଇଓ ଆସିଲେ ଆମେ ଅନୁଧ୍ୟାନ କରି ପଦକ୍ଷେପ ନେବୁ ବୋଲି ଏବିଇଓ ପ୍ରମୋଦ ନାୟକ କହିଛନ୍ତି। ଅନ୍ୟ ପକ୍ଷରେ ପ୍ରଧାନ ଶିକ୍ଷୟତ୍ରୀ ବବିତା ସାହୁ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯେଉଁ ଅଭିଯୋଗ ହୋଇଛି ସେଥିରେ ସତ୍ୟତା ନାହିଁ। ଆମ ସ୍କୁଲକୁ ଡେପୁଟେଶନରେ ଆସିଥିବା ଜଣେ ଶିକ୍ଷକ କିଛି ଳୋକଙ୍କୁ ଭେଳେଇ ଏପରି ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ