ପୋଲ ନିର୍ମାଣ ନକଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଗ୍ରାମବାସୀ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) ସରକାର ବଦଳିଲା ଜିଲ୍ଲା ପ୍ରଶାସନ ବଦଳିଲା ସିନା ସରକାର କି ପ୍ରଶାସନର ମାନସିକତା ବଦଳି ନଥିବାରୁ ଲୋକେ ମୌଳିକ ସୁବିଧା ପାଇଁ ସ୍ୱାଧୀନତା ର ସାତ ଦଶନ୍ଦି ପରେବି ସଂଘର୍ଷ କରିବାକୁ ପଡୁଥିବା ଚିତ୍ର ସରକାରଙ୍କ ବିକାଶର ବାସ୍ତବ ଚିତ୍ର ପଦାରେ ପଡିଯାଇଛି। ଗତ ତିନି ବର୍ଷ ପୂର୍ବେ ଗ୍ରାମରେ ଜଣେ ଯୁବକ ଶ୍ୟାମଧର ମାଝୀ ନିଜସ୍ୱ ଉଦ୍ୟମ,ଆର୍ଥିକ ସହାୟତା ଓ ଗ୍ରାମବାସୀଙ୍କ ଶ୍ରମଦାନରେ ଲଗାଇ ଏହି କାଠ ପୋଲ ନିର୍ମାଣ କରି ସରକାରଙ୍କ ଆଖି ଖୋଲି ଦେଇଥିଲେ।ସେତେବେଳେ ସରକାରଙ୍କ ଓ ପ୍ରଶାସନର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ ଶ୍ୟାମଧର।କିନ୍ତୁ ପରୀତାପର ବିଷୟ ସେବେ ଠାରୁ ଆଜିଯାଏ ପକା ପୋଲ ଖଣ୍ଡିଏ ହୋଇ ପାରିଲା ନାହିଁ। ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ କାଠ ପୋଲ।ପ୍ରଶାସନ ନୀରବରେ ହାତ ବାନ୍ଧି ବସିଛି।ଏମିତି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ କାଶୀପୁର ବ୍ଲକ ସୀମାନ୍ତ ଅନ୍ତର୍ଗତ  ଗୋଡ଼ିବାଲି ପଞ୍ଚାୟତର ପଣସ ଗୁଡା ଗ୍ରାମ ର ବାସ୍ତବିକ ଚିତ୍ର ଦେଖିବାକୁ ମିଳିଛି। ଲୋକେ ସାତ ଦଶନ୍ଧି ଧରି ବିପଦ ସଂକୁଳ ରେ ନଇଁ  ପାର ହୋଇ ବାହାରକୁ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି।ଆଜକୁ ପ୍ରାୟ ତିନି ବର୍ଷ ହେବ ଉକ୍ତ ପଞ୍ଚାୟତରେ ଶ୍ୟାମଧର ମାଝୀ ଜଣେ ନିଷ୍ଠାବାନ ଯୁବକ ଗ୍ରାମ ରୋଜଗାର ସେବକ(ଜିଆରସୀ )ଭାବେ କାର୍ଯ୍ୟ କରୁଥିଲେ। ଶ୍ୟାମଧର ପଞ୍ଚାୟତ ରେ ଥିବା ସମୟରେ  ପଣସଗୁଡ଼ା ଗ୍ରାମକୁ ନଇ ପାର ହୋଇ ଯାତାୟତ ପାଇଁ  ରାସ୍ତା ଓ ପୋଲ ନିର୍ମାଣ ସରକାରଙ୍କୁ ଗୁହାରି କରିଥିଲେ । କିନ୍ତୁ ସରକାର ନ ଶୁଣିବାରୁ ଶେଷରେ ଶ୍ୟାମଧର ମାଝୀ ନିଜସ୍ୱ ଅର୍ଥରେ ଗ୍ରାମବାସୀଙ୍କ ସହଯୋଗ ରେ ଅଞ୍ଚଳ ବାସୀଙ୍କ ପାଇଁ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥିଲେ। ଏହି କାଠ ପୋଲ କୁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପ୍ରଶାସନ କୁ ଗୁହାରି କରିଥିଲେ। ତଥାପି କେହି ଗୁହାରି ଶୁଣି ନ ଥିଲେ।  ବିଭିନ୍ନ ଗଣମାଧ୍ୟମ ରେ  ପ୍ରଚାର ପ୍ରସାର ହେବା ପରେ ମଧ୍ୟ  ଜିଲ୍ଲା ପ୍ରଶାସନ  ବ୍ଲକ ‘ପ୍ରକୃତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭଳି ବ୍ଲକ ଓ ଜିଲ୍ଲା ପ୍ରଶାସନ ଗଭୀର ନିଦ୍ରାରେ ସୋଇଥିବା ବେଳେ ନିର୍ମାଣ ର ପ୍ରାୟ ତିନି ବର୍ଷ ପରେ ଚଳିତ ଲଗାଣ ବର୍ଷାରେ ଆଜି କାଠ ପୋଲ ଟି ଜରାଜୀର୍ଣ୍ଣ ଅବସ୍ଥାରେ, ପଡ଼ିରହିଛି । ପଣସଗୁଡ଼ା ସହ ପାଞ୍ଚ ଖଣ୍ଡ ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାତାୟତ ରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ରାସ୍ତା ଓ ସ୍ଥାୟୀ  ପୋଲ  ପାଇବା ପାଇଁ  ସରକାର କି ପ୍ରଶାସନ କୁ ଗୁହାରି କରିଛନ୍ତି ଅଞ୍ଚଳ ବାସୀ। ଏହି ଦିଗରେ ତୁରନ୍ତ ଆବଶ୍ୟକତା ପଦକ୍ଷେପ ନିଆ ନଯାଏ ତେବେ କାଶୀପୁର ବ୍ଲକ ପ୍ରଶାସନ ସମ୍ମୁଖରେ ଧାରଣାରେ ବସିବାକୁ ପଛାଇବେ ନାହିଁ ବୋଲି ଅଭିଯୋଗ କରି ଅଞ୍ଚଳ ବାସୀ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ