ବେଆଇନ ପଥର ବ୍ଲାଷ୍ଟିଙ୍ଗରେ ଥରୁଛି ଗାଁ ଫାଟୁଛି ଘର ନୀରବ ବିଭାଗ
କଲ୍ୟାଣସିଂହପୁର, (ଓ୍ବାଇଏନଏସ): ଏଙ୍କେଟେଶ୍ୱର ପାଢ଼ୀଦିନକୁ ଦିନ ପାହାଡ଼ ଫଟଇ ଲୁଟ କରୁଛନ୍ତି ପଥର। ବେଆଇନ ପଥର ଖଣିରୁ ବୋମା ଲଗାଇ ବ୍ଲାଷ୍ଟିଙ୍ଗ କରି ଠିକାଦାର ରାତ୍ରରେ ଚୋରିକରିନେଉଛନ୍ତି। କିନ୍ତୁ ସବୁଜାଣି ଖଣି ରାଜସ୍ୱ ଓ଼ ପୋଲିସ ଚୁପ ବସିବା ସାଧାରଣରେ ସନ୍ଧେହ ସୃଷ୍ଟି ହେଉଛି।ପଥର ଫାଟିବା ଦ୍ୱାରା ନିକଟସ୍ତ ଗ୍ରାମ ଥରୀ ଉଠୁଥିବା ବେଳେ ଘରଗୁଡ଼ାକ ଫାଟି ଆଁ କରୁଥିବାରୁ ଲୋକେ ରହିବା ପାଇଁ ଭୟ କରୁଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଓ଼ କନ୍ଧ କତିପଡ଼ୁ ପାଞ୍ଚଜାୟତରେ। ଶିକରପାଇ ପଞ୍ଚାୟତର ବେଲକଣା ନିକଟସ୍ତ ଗୁଡା ଗ୍ରାମର ପାହାଡ଼ରୁ ବେଆଇନ ଭାବେ ଜିଲାଟିନ ଲଗାଇ ପଥର ଫୁଟାଉ ଥିବାରୁ ନଦୀ ଆରପଟେ ଥିବା କନ୍ଧ କତିପାଡୁ ଗ୍ରାମ ଥରୀ ଉଠୁଥିବା ବେଳେ ଗ୍ରାମର ଘର ଗୁଡାକ ଫାଟି ଯାଉଥିବାରୁ ଗ୍ରାମବାସୀ ଚିନ୍ତାରେ ପଡି ପରିବାର ଘରେ ରହିବାକୁ ଭୟ କରୁଛନ୍ତି। ବେଆଇନ ଭାବେ ଚୋରା ବେପାରୀମାନେ ନିର୍ଭୟରେ କୋଟି କୋଟି ଟଙ୍କାର ଚାରା ବେପାର ଚଳାଇଥିଲେ ମଧ୍ୟ ଖଣି ବିଭାଗକୁ ହାତ ବାରିସୀ କରି ବେଶ ମୁନାଫା ନେଇ ମାଲେମାଲ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ରାଜ୍ୟରେ ବେଆଇନ ଖଣି ଖାଦାନ ଗୁଡାକ ଚୋରି ହୋଇ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ଖଣି ବିଭାଗ ଓ଼ ଚୋରା ବେପାରୀ ଏହାର ଫାଇଦା ନେଉଛନ୍ତି ବୋଲି କ୍ଷତିଗ୍ରସ୍ତ ଗ୍ରାମବାସୀ ମହେଶରାଓ ହିମିରିକା, ସମେସରାଓ ହିମିରିକା ଅଭିଯୋଗ କରିଛନ୍ତି। ଫଥର ଫୁଟିବା ଫଳରେ ଜୈବ ବିଭୀଧତା ସାଙ୍ଗକୁ ପରିବେଶ ଓ଼ ଜୀବଜନ୍ତୁ ଅସ୍ଥିରତା ସୃଷ୍ଟି ହେଇଥିବା ସମନାଥ ହିମିରିକା ଓ଼ ଗୋପୀ ହିମିରିକା ପ୍ରକାଶ କରିଛନ୍ତି। କନ୍ଧ କାତିପାଡୁ ଗ୍ରାମରେ ପଚିଶି ପରିବାରର ପ୍ରାୟ ଦେଢ଼ ସହ ଲୋକ ବସବାସ କରିଥିବା ବେଳେ ଜୀବନ ଦୁର୍ଭିସହ ହୋଇ ପଡିଛି ବୋଲି ଜଣ୍ଡୁ ହିମିରିକା ଓ଼ ନରୁଣୁ ହିମିରିକା ଅଭିଯୋଗ କରିଛନ୍ତି। ଗତ କିଛି ଦିନପୂର୍ବେ ପୋଲିସ ପକ୍ଷରୁ ଚୋରା ବାଲି ଧର ପକଡ ହୋଇଥିବାରୁ ଅନେକ ଚୋରା ବାଲି ଚାଲାଣ କାରୀମାନେ ସାବାଡ଼ ହୋଇଥିବା ବେଳେ ପଥର ଚୋରା ଚାଲାଣ ରୋକିବାରେ ବିଫଳ ହୋଇଛି ବିଭାଗ।କିଛି ଚୋରା ବେପାରୀ ରାତ୍ରଅଧରେ ଶତା ଧିକ ଟିପର ଚୋରାରେ ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ କନ୍ଧ କାତିପାଡୁ ଗ୍ରାମର ଘର ଫାଟି ଥିବା ଘର ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି ହୋଇଛି।ଏଣୁ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।


