ଗଙ୍ଗଦାହାଟରେ ଯୁବକଙ୍କ ଦୌରାତ୍ମ୍ୟ: ମା’ଦୁର୍ଗାପୂଜା କମିଟି ପକ୍ଷରୁ ଥାନାରେ ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟରେ ଜୈନିକ ଯୁବକଙ୍କର ଦୌରାତ୍ନ୍ୟକୁ ନେଇ ଗଙ୍ଗଦାହାଟ ମା’ଦୁର୍ଗାପୂଜା କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ୧୨ ତାରିଖ ଗୁରୁବାର ଗଂଗଦା ହାଟରେ ସାପ୍ତାହିକ ହାଟ ଚାଲିଥିବା ସମୟରେ ରାତ୍ର ପ୍ରାୟ ୯ ଟା ସମୟରେ ଗଙ୍ଗଦା ଗ୍ରାମର ଚରଣ ବେହେରା ନାମକ ବ୍ୟକ୍ତି ହାଟରେ ଥିବା ପରିବାର ବେପାରୀଙ୍କୁ ବଟି ମାଗିବା ସହ ନରି ନାୟକ ନାମକ ବ୍ୟକ୍ତିଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ମାରିବା ପାଇଁ ଧମକ ଥିଲେ। ସେଠାରେ ଉପସ୍ଥିତ ଥିବା ବ୍ରଜବନ୍ଧୁ ପୁହାଣ ଚରଣକୁ ଅଟକାଇବାରୁ ସେ ବ୍ରଜବନ୍ଧୁଙ୍କ ସହିତ ମା’ ଦୂର୍ଗାପୂଜା କମିଟିର ସମସ୍ତ କର୍ମକର୍ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲ।। ଏହି ବ୍ୟକ୍ତି ଜଣକ କିଛି ଅସାମାଜିକ ଯୁବକଙ୍କୁ ଧରି ନିଶା କାରବାର ଚଳାଇବା ସହ ଏହି ବାଟରେ ଯାଉଥିବା ବ୍ୟକ୍ତି ଓ କଲେଜ ଛାତ୍ରୀମାନଙ୍କୁ ଅଶ୍ଳିଳ ଭାଷା ପ୍ରୟୋଗ କରୁଛନ୍ତି । ପୂର୍ବରୁ ଏହିପରି କାର୍ଯ୍ୟ ପାଇଁ ବଜାର କମିଟି ତରଫରୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛିା ଏହି ହାଟରେ ନିଶା କାରବାରକୁ ବନ୍ଦ କରିବା ସହିତ ସଂପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମା’ ଦୂର୍ଗାପୂଜା କମିଟିର ସଭାପରି ନରେଶ ସେଠୀ,ଉମେଶ ବିଶ୍ୱାଳ,ସୁରେଶ ସେନାପତି,ସନ୍ତୋଷ ଦାସ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ବଜାର କମିଟି ପକ୍ଷରୁ ସଂପୃକ୍ତ ଯୁବକଙ୍କ ଆଡାସ୍ଥଳିକୁ ଭାଙ୍ଗି ଦିଆଯାଇଥିବା ଜଣାଯାଇଛି।


