ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଆଭାସୀ ପାଠାଗାରର ଶୁଭାରମ୍ଭ
ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଆଭାସୀ ପାଠାଗାରର ଶୁଭାରମ୍ଭ ହୋଇଯାଇଛି l ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟର ଗଣେଶ ହଲ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା l ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଏଥିରେ ପୌରୋହିତ୍ୟ କରିଥିଲେ l ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଆନୁକୂଲ୍ୟରେ ‘ ଆଭାସୀ ପାଠାଗାରର ବ୍ୟବହାର ନିମନ୍ତେ ସୁଯୋଗ ‘ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଇବିସ୍କୋ କମ୍ପାନୀର ପ୍ରଶିକ୍ଷଣ ପରିଚାଳକ ଶ୍ରୀ ରାଜକୁମାର ମହାପାତ୍ର ଏହି ଆଭାସୀ ପାଠାଗାରର ବ୍ୟବହାର କୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏହାର ସୁଯୋଗ ନେଇ ଛାତ୍ରଛାତ୍ରୀମାନେ ବିଶ୍ଵାସ୍ତରୀୟ ପୁସ୍ତକ ଓ ପତ୍ରପତ୍ରିକାକୁ ପଢ଼ିପାରିବେ l ଏହି ଆଭାସୀ ପାଠାଗାର କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡ. ରଶ୍ମିତା ପାଢ଼ୀ କାର୍ଯ୍ୟକ୍ରମ ଅବସରରେ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ବିଶ୍ୱବିଦ୍ୟାଳୟର ଆଇ. କ୍ୟୁ. ଏ. ସି ସଂଯୋଜକ ଡ. ଗୌତମ ସାବତଙ୍କ ସମେତ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l


