ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ବିଶ୍ଵକର୍ମା ପୂଜା

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବାଲିପଦର ସ୍ଥିତ ବିଶ୍ୱକର୍ମା ଭବନରେ ଘୁମୁସର ତାଲୁକା ସ୍ତରୀୟ ବିଶ୍ଵକର୍ମା ପୂଜା ମହାସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ  ଘୁମୁସର ତାଲୁକା ବିଶ୍ଵକର୍ମା ସମାଜର ସଭାପତି ସୂର୍ଯ୍ୟନାରାୟଣ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ନୀଳାଦ୍ରି ମହାରଣା, ସମାଜସେବୀ ରଘୁନାଥ ପଣ୍ଡା, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ପୂର୍ବତନ ସମିତି ସଭ୍ୟ ମହେନ୍ଦ୍ର ପଣ୍ଡା ଓ ଶିକ୍ଷାବିତ ଖଲି ପରିଡା ଯୋଗଦେଇଥିଲେ। ଅତିଥିମାନେ ବିଶ୍ଵକର୍ମା ପୂଜାର ମହତ୍ୱ ଓ ବିଶ୍ଵକର୍ମା ଜାତିର ବୈଶିଷ୍ଟ୍ୟ ବିଷୟରେ ଆଲୋକପାତ କରିବା ସହ ଘୁମୁସର ତାଲୁକା ବିଶ୍ଵକର୍ମା ସମାଜର ସମ୍ବିଧାନ ଓ ନାମାବଳୀ ପୁସ୍ତିକା ଉନ୍ମୋଚନ କରଥିଲେ। ଏଥିସହ ଦଶମ ଓ ଦ୍ଵାଦଶ ଶ୍ରେଣୀରେ କୃତିତ୍ବ ସହ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଗୋପାଳ କୃଷ୍ଣ ମହାରଣା, ଉପଦେଷ୍ଟା ଦୁଃଖୀଶ୍ୟାମ ମହାରଣା, ରାଜେନ୍ଦ୍ର ମହାରଣା, ହରିମୋହନ ମହାରଣା, କୃଷ୍ଣମୂର୍ତ୍ତି ମହାରଣା, ଶିବରାମ ମହାରଣା, ବସନ୍ତ ମହାରଣା ଓ ରାଜଶ୍ରୀ ପ୍ରଭାକର ମହାରଣାଙ୍କ ସମେତ ସମସ୍ତ ସଭ୍ୟ ଓ ବାଲିପଦର ଗ୍ରାମ ଭାଇମାନେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ