ବନ୍ତରେ ବିଶ୍ୱକର୍ମା ପୂଜା ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ବନ୍ତସ୍ଥିତ ବିଦ୍ୟୁତ୍ ବିଭାଗ(ଟିପିଏନଓଡିଏଲ) ଅଫିସରେ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ନିକଟସ୍ଥ ଜଳ ସେଚନ ଅଫିସ ପୁଷ୍କରିଣୀରୁ କଳସ ଆଣିବା ପରେ ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ପୂଜା କାର୍ଯ୍ୟରେ ସତ୍ୟାନନ୍ଦ ସୁତାର, ଜିତେନ୍ଦ୍ର କୁମାର ଜେନା, ଦେବବ୍ରତ ମହନ୍ତ, ରାଜେଶ କୁମାର ମହାପାତ୍ର, ସୁଶାନ୍ତ କୁମାର ଦାସ, ପ୍ରଦୀପ୍ତ କୁମାର ସ୍ୱାଇଁ, ଅକ୍ଷୟ କୁମାର ଗିରି, ସୁପରଭାଇଜର ନିହାର ରଞ୍ଜନ ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ସେହିପରି ନିଳୋକ ଓ ଛୟାଳସିଂ ବିଦ୍ୟୁତ୍ ଷ୍ଟକଚର, ଭରସା ଆଇଟିଆଇ ସମେତ ବିଭିନ୍ନ କମ୍ପ୍ୟୁଟର ତାଲିମ ପ୍ରତିଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି ।


