ବିଶ୍ୱମ୍ବର ସ୍ମାରକୀ କ୍ରିକେଟ ଉଦଯାପିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କଳିଙ୍ଗା ପଞ୍ଚାୟତ ଶାଳକଣିଆ ଗ୍ରାମରେ ତିନି ଦିନ ଧରି ଚାଲିଥିବା ବିଶ୍ବମ୍ବର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ତିନି ଗୋଟି ଫର୍ମାଟ ବିଶିଷ୍ଟ ଏହି ଫାଇନାଲ ମ୍ୟାଚ୍ ରେ ଏସ.ଏସ.ଫାଇଟର୍ ପଙ୍ଗିରା ପଞ୍ଚାୟତ ସ୍ପୋର୍ଟିଂ କଳିଗାଁକୁ କ୍ରମାଗତ ଭାବେ ଦୁଇ ଗୋଟି ମ୍ୟାଚ୍ ଜିତି ଚାମ୍ପିଅନ ହୋଇଛି। ସୁଦର୍ଶନ ଜେନା ଓ ସାଗର ପାତ୍ର ଖେଳ ପରିଚାଳନା କରିଥିବା ବେଳେ ବିପିନ ରାଉତ, ସୁରଜ ସାମଲ ସ୍କୋରୋର୍ ଦାୟିତ୍ଵ ନିର୍ବାହ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରତିନିଧି ସ୍ମୃତିରଞ୍ଜନ ସ୍ୱାଇଁ, କେନ୍ଦୁଝର ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅମରେନ୍ଦ୍ର ଧଳ, ଯୁବ ସମାଜସେବୀ ପବିତ୍ର ଧଳ, କଳିଙ୍ଗା ସରପଞ୍ଚ ପ୍ରତିନିଧି ପିତବାସ ଯେନା, ଗୌରାଙ୍ଗ ନାୟକ, ଅକ୍ଷୟ ପାତ୍ର,ନିର୍ମଳ ମହାକୁଡ, ଗୌରାଙ୍ଗ ମଲ୍ଲିକ, ପ୍ରମୋଦ ଜେନା, ସୋମନାଥ ଜେନା, ରଞ୍ଜନ କର, ପ୍ରଶାନ୍ତ ମଲ୍ଲିକ, କୃପାସିନ୍ଧୁ ସାମଲ, ରବୀନ୍ଦ୍ର ପୃଷ୍ଟି ପ୍ରମୁଖ ଯୋଗ ଦେଇ ଚାମ୍ପିଅନ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ନିରାକାର ସାମଲ, ସନ୍ତୋଷ ସାମଲ, ଅଲେଖ ଜେନା, ସତ୍ୟରଞ୍ଜନ ପୃଷ୍ଟି, ହରେକୃଷ୍ଣ ମଲ୍ଲିକ, ପ୍ରଦୀପ ଦାସ, ସୁଚିତ୍ର ରାଉତ, ସାଗର ସାମଲ, ଅଭୟ ମଲ୍ଲିକ, ନୀତିନ ପୃଷ୍ଟି ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।


