ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟଙ୍କ ପରିଭ୍ରମଣ
ବୁଗୁଡା , (ଅନୀଲ କୁମାର ମହାରଣା) : ଜୁଲାଇ ୨୭ ତାରିଖ ଦିନ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ବୃନ୍ଦ ସଙ୍ଗଠନ ର ସଭାପତି ବରିଷ୍ଠ ଆଡଭୋକେଟ ସୋମନାଥ ନାୟକ ଙ୍କ ନେତୃତ୍ୱରେ ଜୟନ୍ତୀ ଗଡ଼ ଓ ନେଟଙ୍ଗା ଗ୍ରାମରେ ଥିବା ଭଞ୍ଜ ରାଜବଂଶର ଇଷ୍ଟ ଦେବୀ କନକ ଦୁର୍ଗା, ବାସୁଦେବ ମନ୍ଦିର, କାଷ୍ଠରେ ନିର୍ମିତ ରଘୁନାଥ ମନ୍ଦିର ପରିଭ୍ରମଣ କରିବାକୁ ଯାଇଥିଲେ। ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଜୟନ୍ତୀ ଗଡ଼ ବାସୁଦେବ ମନ୍ଦିର କୃଷ୍ଣ ଭଞ୍ଜ ଓ ଲକ୍ଷ୍ମଣ ଭଞ୍ଜଙ୍କ ସମୟରେ ୧୭୦୪ ଖ୍ରୀଷ୍ଟାବ୍ଦ ନିର୍ମିତ ହୋଇଥିବାବେଳେ ନେଟଙ୍ଗା ଗ୍ରାମର କାଷ୍ଠ କାରୁକାର୍ଯ୍ୟରେ ନିର୍ମିତ ରଘୁନାଥ ମନ୍ଦିର ଶ୍ରୀକର ଭଞ୍ଜଙ୍କ ସମୟର ନିର୍ମାଣ ହୋଇଥିଲା ବୋଲି ଜାଣିବାକ ମିଳିଛି। ଏହି ସବୁ ମନ୍ଦିର ଗୁଡିକର ପୁନଃରୁଦ୍ଧାର କରିବାକୁ ପରିଚାଳନା କମିଟି ଓ ସ୍ଥାନୀୟ ଯୁବ ସଙ୍ଘ ସହ ମଞ୍ଚର ସଦସ୍ୟ ବୃନ୍ଦ ଆଲୋଚନା କରିଥିବା ବେଳେ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ ଜଣାଇଥିଲେ। ମଞ୍ଚ ପକ୍ଷରୁ ସ୍ଥାନୀୟ ସୋରଡା ବିଧାୟକ ମାନ୍ୟବର ନୀଳମଣି ବିଷୋୟୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏଥି ସହିତ ଭୁବନେଶ୍ୱର ଘୁମୁସର ଉନ୍ନୟନ ମଞ୍ଚ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରକାଶ କରିଥିଲେ। ଏହାପରେ ସଦସ୍ୟ ବୃନ୍ଦ ମାଧବ ବରିଡା ଆନିକଟରେ ବୋଡା ନଦୀ, ବଡ ନଦୀ ଓ ଲୋହାରାଖଣ୍ଡି ନଦୀର ତ୍ରିବେଣୀ ସଙ୍ଗମ ଦେଖି ବିଭୋର ହୋଇଥିଲେ। ଅଧ୍ୟାପକ ସନ୍ତୋଷ ବିଶ୍ୱାଳ, ଗୋପାଳ ଚନ୍ଦ୍ର ଲେଙ୍କା, ପ୍ରହଲ୍ଲାଦ ଲେଙ୍କା, ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ, ଅଭିମନ୍ୟୁ ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ମଞ୍ଚର ସଭ୍ୟମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ। କାର୍ଯ୍ୟକାରୀ କମିଟି ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଲେଙ୍କା ସମସ୍ତ ସଦସ୍ୟମାନଙ୍କୁ ନିଜଘରେ ଭୁରି ଭୋଜନରେ ଆପ୍ୟାୟିତ କରିଥିଲେ।