ସାଂସଦଙ୍କ ପ୍ରତିନିଧିଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମହାବିଦ୍ୟାଳୟ ପରିଦର୍ଶନ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତିନିଧି ଓ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ପ୍ରତିନିଧି ଶୁକ୍ରବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମହାବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ବିଷୟରେ ଭାରାପ୍ରାପ୍ତ ଅଧିକାରୀ ଡାକ୍ତର ଚିଦାନନ୍ଦ ପଣ୍ଡାଙ୍କ ଅନୁପସ୍ଥିତିରେ ଡାକ୍ତର ଅନୁଭବ ଦାସଙ୍କ ସହ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରହିବା ପାଇଁ କ୍ୱାର୍ଟର ସମସ୍ୟା , ଡାକ୍ତରଖାନା ପରିସରରୁ ବର୍ଷା ଦିନେ ଜଳ ନିଷ୍କାସନ ନହୋଇ ପାରିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତେଣୁ ଡ୍ରେନଜ ସୁବିଧା କରିବା,ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ସମସ୍ୟା ବଷୟରେ ଆଲୋଚନା କରାଯାଇଥିଲା। ସେହିପରି ମହାବିଦ୍ୟାଳୟକୁ ଯାଇ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସାଂସଦଙ୍କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତିନିଧି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ସମେତ ମହାବିଦ୍ୟାଳୟର ପ୍ରତିନିଧି ଦେବଦର୍ଶି ରାୟ, ମିଡିଆ ସେଲର ଆବାହକ ଗଣେଶ ପ୍ରସାଦ ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରତିନିଧି ଚିତରଂଜନ ପଣ୍ଡା, ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ବିଜେପିର ଯୁବମୋର୍ଚ୍ଚା ସଦସ୍ୟ ଜ୍ଞାନରଂଜନ ପରିଡା, ଓବିସି ମୋର୍ଚ୍ଚାର ସଦସ୍ୟ ସୋରେନ ସାହୁ,ରାଜନ ସାହୁ ଆଦି ଉକ୍ତ ପରିଦର୍ଶନରେ ଆସିିଲେ। ସମସ୍ୟା ସଂପର୍କରେ ସାଂସଦଙ୍କୁ ଅବଗତ କରାଯିବ ବୋଲି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ