ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ ଉନ୍ନୟନ କମିଟି ପ୍ରତିନିଧି ମଣ୍ଡଳୀ ସଦସ୍ୟଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ -(ଗଣେଶ ଚନ୍ଦ୍ର ବେହେରା) :କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ ଉନ୍ନୟନ କମିଟି ସଦସ୍ୟ ଓ ବିଭିନ୍ନ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ପ୍ରତିନିଧି ମଣ୍ଡଳୀ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଓ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ଯାଖ୍ଯାନ କେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ଶନିବାର ଅପରାହ୍ଣରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଙ୍କ ନେତୃତ୍ଵରେ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ ଉନ୍ନୟନ କମିଟିର ୩୦ ଜଣିଆ ସଦସ୍ୟ ଓ ଭୁବନେଶ୍ଵର ଠାରେ ଆୟୋଜିତ ହେଉଥିବା ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ ରେ ଭାଗ ନେଇଥିବା ୨୧ ଗୋଟି ରାଜ୍ୟର ସଂସଦୀୟ କମିଟିର ୨୩୬ ଜଣ ସାଂସଦ ଓ ବିଧାୟକ ମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଡଃ ଶରତ ଚନ୍ଦ୍ର ମହାପାତ୍ର ଓ ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପରେ ପରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଙ୍କ ସମେତ ପ୍ରତିନିଧି ମଣ୍ଡଳୀ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଯାଇଥିଲେ। ସରକାରୀ ସ୍ବୀକୃତି ପ୍ରାପ୍ତ ଗାଇଡ ଆସୋସିଏସନର ସଦସ୍ୟ ମାନେ ଏହି ପ୍ରତିନିଧି ମଣ୍ଡଳୀ ସଦସ୍ୟ ମାନଙ୍କୁ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, କିମ୍ବଦନ୍ତୀ, ଇତିହାସ, ପରମ୍ପରା, ସ୍ଥାପତ୍ୟ, କାରୁକାର୍ଯ୍ୟ, କଳାକୃତି ଓ ଭାସ୍କର୍ଯ୍ୟ ସମ୍ପର୍କରେ ବିଶଦ ଭାବରେ ବୁଝାଇଥିଲେ। ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ ଉନ୍ନୟନ କମିଟିର ସଦସ୍ୟ ମାନେ ପ୍ରାଚୀନ କଳାକୃତି ସଂପନ୍ନ ସୂର୍ଯ୍ୟ ମନ୍ଦିରର ଐତିହ୍ୟ ଓ କୀର୍ତ୍ତିରାଜି ବୁଲି ଦେଖିବା ସହ ଏହାର କାରୁକାର୍ଯ୍ୟ ଏବଂ କଳାକୃତି ଦେଖି ଆତ୍ମବିଭୋର ହୋଇ ପଡିଥିଲେ ।ଏହି ପ୍ରାଚୀନ ମନ୍ଦିରର ସ୍ଥାପତ୍ୟ ଓ କଳାକୃତି ବିଶ୍ବରେ ଅନନ୍ୟ ଓ ଅଦ୍ବିତୀୟ ବୋଲି ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ମତବ୍ୟକ୍ତ କରିଥିଲେ। ପରେ ପରେ ଏହି ପ୍ରତିନିଧି ମଣ୍ଡଳୀ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ଯାଖ୍ଯାନ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ବ୍ଯାଖ୍ଯାନ କେନ୍ଦ୍ର ପରିସରରେ ପଦ୍ମ ବିଭୂଷଣ ସ୍ଥପତି ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ଵାରା ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ, କଳାକୃତି ଓ ସଂସ୍କୃତି ଉପରେ ପଥରରେ ନିର୍ମିତ ନିଖୁଣ କାରୁକାର୍ଯ୍ୟ ସଂପନ୍ନ କୀର୍ତ୍ତିରାଜି ବୁଲି ଦେଖିଥିଲେ। ଏହି ଗ୍ରସ୍ତ ସମୟରେ ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, କାକଟପୁର ବ୍ଲକ ଉପାଧ୍ୟକ୍ଷା ଶ୍ରୀଧର ନାୟକ, ଗୋପ ତହସିଲଦାର ଅନିଲ କୁମାର ମହାନ୍ତି, କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ବିଜେପି ପୁରୀ ଜିଲ୍ଲା ସଭାନେତ୍ରୀ ରଞିତା ଦାସ ଓ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ ଉନ୍ନୟନ କମିଟି ପ୍ରତିନିଧି ମଣ୍ଡଳୀ ଙ୍କ ସୂର୍ଯ୍ୟ ମନ୍ଦିର ଓ ବ୍ଯାଖ୍ଯାନ କେନ୍ଦ୍ର ପରିଦର୍ଶନ ସମୟରେ କୋଣାର୍କ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ