ବିବାହ ବାର୍ଷିକରେ ଥାଲାସେମିଆ ରୋଗୀକୁ ରକ୍ତଦାନ କଲେ ସ୍ବେଚ୍ଛାସେବୀ
ହାଟଡିହି (ବିକାଶ ବିଶ୍ବାଳ) ଲୋକମାନେ ଜନ୍ମଦିନ, ବିବାହ ବାର୍ଷିକ କୁ ଯାକ ଜମକରେ ପାଳନ କରୁଥିବା ବେଳେ ମୁଗୁପୂର ଅଞ୍ଚଳର ଜଣେ ସ୍ବେଚ୍ଛାସେବୀ ଜଣେ ଥିଲାଥାଲା ସେମିଆ ରୋଗୀକୁ ରକ୍ତଦାନ କରି ବିବାହ ବାର୍ଷିକ ପାଳନ କରିଛନ୍ତି। ମୁଗୁପୂର ର ସପୋର୍ଟିଭ ହ୍ୟାଣ୍ଡ ର ସହ ସମ୍ପାଦକ ସୁଧାଂଶୁ ଶେଖର ନାୟକ ଆଜି ତାଙ୍କ ବିବାହ ବାର୍ଷିକ ଥିଲା। ଆଡହୂରିଆ ଗ୍ରାମର ଜଣେ ମହିଳାଙ୍କ ପୁଅ ଥାଲାସେମିଆ ରୋଗରେ ପିଡୀତ ଥିବାବେଳେ କିଛିଦିନ ହେବ ରକ୍ତଟିଏ ପାଇବା ପାଇଁ ଖୋଜି ବୁଲୁଥିଲେ। ଏ ଖବର ପାଇବା ପରେ ସୁଧାଂଶୁ ତୁରନ୍ତ ଆନନ୍ଦପୁର ରାକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଛନ୍ତି। ଖାଲି ସେତିକିନୁହେଁ ସେ ମଧ୍ୟ ନିଜ ଝିଅର ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜନ କରି ଜନସେବାରେ ନିଜକୁ ବ୍ରତୀ କରିଛନ୍ତି।


