ୱାକଫ ବିଲ୍ ଭାରତୀୟ ଧର୍ମ ନିରପେକ୍ଷତାକୁ କ୍ଷୁର୍ଣ୍ଣ କରୁଛି: ସମାଜବାଦୀ ପାର୍ଟି

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ୱାକଫ ବିଲ୍ ୨୦୨୫ ଆଇନରେ ପରିଣତ ହୋଇଛି ଯାହା ଭାରତୀୟ ଧର୍ମ ନିରପେକ୍ଷତାକୁ କ୍ଷୁର୍ଣ୍ଣ କରୁଛି ବୋଲି ସମାଜବାଦୀ ପାର୍ଟି କହିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ବିଲ୍‌କୁ ବିରୋଧ କରୁଥିବା ବେଳେ ସମାନ ଭାବେ ଓଡ଼ିଶା ପ୍ରଦେଶ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି। ଏ ନେଇ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସରକାର ଦେଶରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରି ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷା ଦେଉଛି, ଯାହା ଦେଶର କୋଟି କୋଟି ଅନ୍ୟ ଧର୍ମ ବା ସମ୍ପ୍ରଦାୟର ସାମ୍ବିଧାନିକ ହକ୍ ଆଉ ଅଧିକାରକୁ କୁଠାରଘାତ କରୁଛି। ଭାରତ ସର୍ବଧର୍ମ ସମନ୍ୱୟରେ ଭାଇଚାରା ଆଉ ଧର୍ମନିରପେକ୍ଷତା ବିଶ୍ୱା କରିଥାଏ। ଏପଟେ ବର୍ତ୍ତମାନର କେନ୍ଦ୍ର ସରକାର ୱାକଫ ବିଲ୍‌କୁ ଆଇନ କରି ଦେଶର ସଂଖ୍ୟାଲଘୁ ମୁସଲିମ ସମ୍ପ୍ରଦାୟଙ୍କ ସାମ୍ବିଧାନିକ ହକ୍‌କୁ ଛଡ଼ାଇ ନେଉଛନ୍ତି ଯାହା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଆଉ ବିଭେଦତା ସୃଷ୍ଟି କରିପାରେ। ତେଣୁ ଏହି ଆଇନକୁ ପୁନର୍ବିଚାର କରି ମାନବବାଦ ଏକ ଧର୍ମ ହେଉ ବୋଲି ସମାଜବାଦୀ ପାର୍ଟି ଓଡ଼ିଶ ରାଜ୍ୟ ସଭାପତି ଶିବ ହାତୀ ଯାଦବ ମତବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ