ମୋହନା, ଚାନ୍ଦିପୁଟ, ଚନ୍ଦ୍ରଗିରି କାଉଡିଆଙ୍କ ଜଳାଭିଷେକ
ମୋହନା, (ଓ୍ବାଇଏନଏସ): ଶ୍ରାବଣ ମାସ ପ୍ରଥମ ସୋମବାର ରେ ବିଭିନ୍ନ ଶୈବପୀଠ ରେ ବୋଲବମ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି। କାଉଡିଆ ମାନେ ବାହୁଙ୍ଗୀ ରେ ପାଣି ଢାଳ ଧରି ଜଳାଭିଷେକ କରିବାକୁ ଶୈବ ପୀଠ କୁ ଯାଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଖସଡ଼ା ଜଳ ପ୍ରପାତ ରୁ ମୋହନା ର ଶତାଧିକ କାଉଡିଆ ପାଣି ଉଠାଇ ପ୍ରାୟ 30 କିଲୋମିଟର ଚାଲି ଚାଲି ଆସି ମୋହନା ନୀଳକଣ୍ଠେଶ୍ଵର ମନ୍ଦିରରେ ପହଞ୍ଚି ଜଣକ ପରେ ଜଣେ କାଉଡିଆ ଜଳାଭିଷେକ କରିଛନ୍ତି । ସେହିପରି ଚାନ୍ଦିପୁଟ, ଚନ୍ଦ୍ରଗିରି, କେଶରା, ଅଡବା ଆଦି ଶୈବ ପୀଠ ରେ ମଧ୍ୟ କାଉଡିଆ ମାନେ ଜଳାଭିଷେକ କରିଛନ୍ତି।