ସୁର ଭାଇବ୍ରେସନ ତରଫରୁ ପଣା ବଣ୍ଟନ

ଭୁବନେଶ୍ୱର(ଓ୍ବାଇଏନଏସ):  ଆଜି ପୁଷ ସଂକ୍ରାନ୍ତି ଅବସରରେ ସୁର ଭାଇବ୍ରେସନ ପକ୍ଷରୁ ପଣା ବଣ୍ଟନ କରାଯାଇଛି । ଜୟଦେଵ ଭବନ ପରିସରରେ ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ । ସୁର ଭାଇବ୍ରେସନ ଟ୍ରଷ୍ଟ ର ଅଧ୍ୟକ୍ଷା ବିଶିଷ୍ଟ କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ, ସାମ୍ବାଦିକ ବରଦା ପ୍ରସନ୍ନ ଶତପଥୀ, ସମାଜସେବୀ ପ୍ରତାପ ସାହୁ, ନାରୀନେତ୍ରୀ ଜ୍ୟୋଷ୍ଣାମୟୀ ପରିଡା, ଓଡିଏମ ସଭାପତି ସତ୍ୟଜିତ ମହାପାତ୍ର, ମାନି ପଣ୍ଡା, ପ୍ରଜ୍ଞା ପ୍ରିୟଦର୍ଶନୀ ରଥ, ମାନସ ରଞ୍ଜନ ସାହୁ, ନିରଞ୍ଜନ ସାହୁ, ଧୀରେନ ଶଙ୍କର ଦାସ, ଦେବ ପ୍ରସାଦ ମେର୍କାପ, ତନ୍ମୟ ସାମନ୍ତରାୟ, ରୂପକ ଦାସ ପ୍ରମୁଖ ଉପସ୍ଥିତ ରହି ପଣା ବଣ୍ଟନ କରିଥିଲେ । ସହଯୋଗ କରିଥିଲେ ସମାଜସେବୀ ମହାସଂଘ ସଭାପତି ବାପୁ ଓଝା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ