ସାମାନ୍ୟ ବର୍ଷାରେ ସିଏଚସିରୁ ପାଣି ଗଲୁଛି, ସାହା ଭରସା ବାଲିଟି ଓ ବକେଟ
କଲ୍ୟାଣସିଂହପୁର( ଏଙ୍କେଟେଶ୍ୱର ପାଢ଼ୀ)ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଦେଉଥିବା ଡିମ୍ଡିମ ପିଟୁଥିବା ବେଳେ ୮୦ହଜାର ଜନ ସଂଖ୍ୟା ବିଶିଷ୍ଟ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବର୍ଷା ଦିନରେ ଶେଷରେ ସାହା ଭରସା ବାଲିଟିର ସହାୟତା ନେବାକୁ ପଡିଲା। ତାହା ବାସ୍ତବରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ରାୟଗଡା ଜିଲ୍ଲାର ସର୍ବ ପୁରାତନ ସ୍ୱାସ୍ଥ୍ୟ କେନ୍ଦ୍ର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ, ବିଷମ କଟକ, କୋଲନରା, କାଶୀପୁର ସହ ସଦର ବ୍ଲକ ପ୍ରାୟ ଅଶି ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। ଏହି କେନ୍ଦ୍ରକୁ ସରକାରଙ୍କ ସାବତ ପୁଅ ଭଳି ଦେଖୁଥିବା କହିଲେ ଭୁଲ ହେବନାହିଁ। ଏହି କେନ୍ଦ୍ରର କେବଳ ରେଫ୍ରାଲ ଡାକ୍ତର ଖାନା କହିଲେ ଭୁଲ ହେବନାହିଁ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଶୂନ୍ୟ।କେବଳ ଅତି କମ ଏମବିବିଏସ ଓ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏଠି ଡାକ୍ତର ବ୍ୟବହାର ରୋଗୀଙ୍କ ଉପରେ ଭଲ ରହୁ ନଥିବାରୁ ରୋଗୀ ଡାକ୍ତର ଖାନା ଜିନକୁ ଚିନ୍ତା କରିଥାଏ ବୋଲି ଅଭିଯୋଗ ହୋଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗତ ଚାରିବର୍ଷ ପୂର୍ବେ କୋଟିଏ ଟଙ୍କାରୁ ଅଧିକ ବ୍ୟୟ କରି ସ୍ୱାସ୍ଥ୍ୟ କେନ୍ଦ୍ର ଆରଡ଼ି ବିଭାଗ ଦ୍ୱାରା ଠିକାଦାରଙ୍କ ମାଧ୍ୟମରେ ନିର୍ମାଣ କରାଯାଇଥିଲା। କାର୍ଯ୍ୟ ଆରମ୍ଭ ଦିନରୁ ନିମ୍ନମାନର କାର୍ଯ୍ୟ କରିଥିଲେ ଠିକାଦାର। ବର୍ଷା ଦିନରେ ଲୋକଙ୍କ ପାଇଁ ଡାକ୍ତର ଯେତିକି ଜରୁରୀ ନାହିଁ ସେତିକି ଜରୁରୀ ବାଲଟି ଓ ବକେଟ।ଏହି କେନ୍ଦ୍ରରେ ବର୍ଷା ଋତୁ ଆସିଲେ ଚିନ୍ତାରେ ପଡି ଯାଇଥାନ୍ତି କର୍ମଚାରୀ ମାନେ। ଭୟରେ ରହିବାକୁ ପଡିଥାଏ। କାରଣ ଏଠି କାନ୍ଥ ଫାଟି ଆଁ କୋଉଠି ଛାତରୁ ପ୍ଳାଷ୍ଟର ଆଁ କରିଥିବା ବେଳେ ଚଟାଣର ଟାଇଲି କୋଠି ଦବି ଯାଇଛି ତ କୋଉଠି ଫାଟି ଆଁ କରିଥିବାରୁ ରୋଗୀ କି ସମ୍ପର୍କୀୟ ଦରଖିକି ଯିବାକୁ ପଡିଥାଏ। ବର୍ଷା ଦିନରେ ଲେବର ରୁମରେ ବର୍ଷଜଳ ଭିତରେ ପସି ଯାଉଥିବା ବେଳେ ଔଷଧ ଗୋଦାମରେ ଛାତରୁ ଓ କାନ୍ଥରୁ ପାଣି ଗଳି ଲକ୍ଷ ଲକ୍ଷ ଟଙ୍କାର ଔଷଧ ନଷ୍ଟ ହୋଇଯାଏ। ସେହିପରି ଅନ୍ତଃ ବିଭାଗ, ବ୍ରହୀ ବିଭାଗରେ ଛାତରୁ ପାଣି ଗଳି ଥାଏ। ରୋଗୀ ଓ କର୍ମଚାରୋମାନେ ନାହିଁ ନଥିବା ଅସୁବିଧା ରେ ସମୁଖୀନ ହେବାକୁ ପଡିଥାଏ।ଏମିତି ଛାତରୁ ପାଣି ଗଳୁ ଥିବାରୁ ବାଲଟି ବକେଟ ରଖି ବାକୁ ପଡିଥାଏ।ପୂର୍ବ ସରକାର କୁକୁଡ଼ା ଗିରି ପାହାଡ଼ ନିକଟରେ ଗତ ୨୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଡେଲ ଡାକ୍ତର ଖାନା ପ୍ରତିଷ୍ଠା କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହାକି କେହି ଜାଣି ନଥିଲେ। ପରେ ଗଛପତ୍ର ଶୁଖିବା ପରେ ଫଳକ ଦେଖା ଦେଇଥିଲା। କିଛି ଲୋକ ଦେଖିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର ବୋଲି ଚର୍ଚା ହୋଇ ଥିଲା। ଏହାଗୋଟିଏ ନିର୍ବାଚନୀ ଚାଲ ବୋଲି ସାଧାରଣ ରେ ଚର୍ଚା ହେଉଛି। ସେ ଯାହାବି ହେଉ କିନ୍ତୁ ଅଶି ହଜାରରୁ ଅଧକ ଲୋକଙ୍କ ପାଇଁ ନୂତନ ଡାକ୍ତର ଖାନା ଆବଶ୍ୟକ ରହିଛି।